ବିଜେପି କୁ ବିଦେଶୀ ପ୍ରେମ ମୁବାରକ୍, ଆମର ଚିନ୍ତା ଆମ ପିଲାଙ୍କ ଜୀବନ : ମନୀଷ ସିଶୋଦିଆ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ସିଙ୍ଗାପୁର ଭାରିଏଣ୍ଟ କୁ ନେଇ ଏବେ ବିଜେପି ଓ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ। କେଜ୍ରିୱାଲଙ୍କ ସିଙ୍ଗାପୁର ଷ୍ଟ୍ରେନ୍ ଟ୍ୱିଟ୍ କୁ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ରଖିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଏହାର କଡ଼ା ଜବାବ ଦେଇଛନ୍ତି । ସିସୋଦିଆ କହିଛନ୍ତି, ବିଜେପି ଅଉ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଭାବମୂର୍ତ୍ତିକୁ ନେଇ ଯେତିକି ଚିନ୍ତା, ଯଦି ସେତକି ଚିନ୍ତା ଦେଶର ପିଲାଙ୍କ ପାଇଁ କରନ୍ତେ ତେବେ ଭଲ ହୁଅନ୍ତା । ନିଜର ଭାବମୂର୍ତ୍ତି ବଢାଇବାକୁ ଯାଇ ସେମାନେ ପିଲାମାନଙ୍କ ଟୀକା କୁ ବିଦେଶରେ ବିକିଦେଲେ। ବର୍ତ୍ତମାନ କେଜ୍ରିୱାଲ ଯେତେବେଳ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତା କରୁଛନ୍ତି, ଏହା ଉପରେ କେନ୍ଦ୍ର ସରକାର କିଛି କରିବା ପରିବର୍ତ୍ତେ, ସେମାନେ ଭାବମୂର୍ତ୍ତି ରକ୍ଷା କରିବାରେ ଲାଗିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘କେଜ୍ରିୱାଲ ଦୁଇଟି କଥା କହିଥିଲେ, ଗୋଟିଏ ସିଙ୍ଗାପୁରର ନୂତନ ଭାରିଏଣ୍ଟ ଓ ଆନ୍ୟଟି ହେଉଛି ପିଲାମାନଙ୍କ ଠାରେ ସଂକ୍ରମଣର ଅଧିକ ଆଶଙ୍କା । କେଜ୍ରିୱାଲ ପିଲାଙ୍କୁ ନେଇ ଚିନ୍ତିତ ଥିବାବେଳେ କେନ୍ଦ୍ର ସରକାର ସିଙ୍ଗାପୁରକୁ ନେଇ ଚିନ୍ତିତ ବୋଲି ଶିଶୋଦିଆ କହିଛନ୍ତି ।

ଲଣ୍ଡନରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମଧ୍ୟ କେନ୍ଦ୍ର ସରକାର ଚେତାବନୀକୁ ଅଣଦେଖା କରିଥିବା ହେତୁ ଆଜି ଦେଶ କେଉଁ ଅବସ୍ଥା ଭୋଗୁଛି ତାହା ସମସ୍ତଙ୍କୁ ଜଣା ବୋଲି ସେ କହିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ‘ କେଜରିୱାଲ ଉଠାଇଥିବା ପ୍ରସଙ୍ଗ ସିଙ୍ଗାପୁରର ନୁହେଁ ବରଂ ଏହା ହେଉଛି ଆମ ଦେଶର ପିଲାମାନଙ୍କର ସୁରକ୍ଷା କଥା । ଆଜି ପୁଣିଥରେ କେନ୍ଦ୍ର ସରକାର ଆଗକୁ ଆସୁଥିବା ବିପଦର ପୂର୍ବାନୁମାନ କରିବାରେ ଅସମର୍ଥ ତାହା ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ରକୁ କେବଳ ବିଦେଶରେ ନିଜର ଭାବମୂର୍ତ୍ତି ରକ୍ଷାକରିବାର ଚିନ୍ତା ।” ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ ନେଇ ଶିଶୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ଦେବା ମନ୍ତ୍ରଣାଳୟ ଯେଉଁ ତତ୍ପରତା ଦେଖାଇଲେ, ତାହା ପରିବର୍ତ୍ତେ ଯଦି ବିଦେଶରୁ ଟିକା ଆଣିବାରେ ସେତିକି ତତ୍ପରତା ଦେଖାଇଥାନ୍ତେ ତେବେ ଆଜି ଦେଶରେ ଟିକାର ଅଭାବ ନଥାନ୍ତା । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ,” ସିଙ୍ଗାପୁର ସହିତ ସମସ୍ତ ବିମାନ ସେବାକୁ ତୁରନ୍ତ ବାତିଲ କରାଯାଉ କାରଣ ସେଠାରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ୍ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । କେଜ୍‌ରିୱାଲ ଚେତାବନୀ ଦେଇଥିଲେ ଯେ, ଏହି ନୂତନ ଭାଇରସ ଭାରତକୁ ତୃତୀୟ ଲହର ଭାବେ ଆସିପାରେ। ” ଏହାର କାଉଣ୍ଟରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, କୋଭିଡ-୧୯ ବିରୋଧରେ ସିଙ୍ଗାପୁର ଓ ଭାରତ ଏକାଠି ହୋଇ ଲଢ଼େଇ କରିଛନ୍ତି। ସିଙ୍ଗପୁରର ଲଜିଷ୍ଟିକ ହବ ଓ ଅକ୍ସିଜେନ ସପ୍ଲାଏକୁ ଭାରତ ହୃଦୟରୁ ଧନ୍ୟବାଦ ଜଣାଉଛି। ମିଲିଟାରୀ ଯୁଦ୍ଧ ବିମାନ ସହଯୋଗ ପାଇଁ ମୁତୟନ କରିବା ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦର୍ଶାଉଛି।ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଲୋକମାନେ ଭଲ ଭାବେ ବୁଝିବା ଦରକାର ଯେ ସେମାନଙ୍କର ମନ୍ତବ୍ୟ ଦୀର୍ଘ ଦିନର ବନ୍ଧୁତାରେ ଫାଟ ସୃଷ୍ଟି କରିପାରେ। ‘ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିନିଧିତ୍ବ କରୁ ନାହାନ୍ତି ।’ “

Related Posts