ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତୀୟ ଦୂତାବାସ ନିର୍ଦେଶ ଜାରି କରିଛି। ଏଥିରେ କୁହାଯାଇଛି ଯେ ଭାରତୀୟମାନେ ଯଥାଶୀଘ୍ର ୟୁକ୍ରେନ ଛାଡିଦେବା ଉଚିତ । ୟୁକ୍ରେନର କିବରେ ଥିବା ଭାରତୀୟ ଦୂତାବାସ ଗତ ଦୁଇଦିନ ଧରି ଋଷର ଜୋରଦାର ଆକ୍ରମଣ ପରେ ଏପରି ନିର୍ଦେଶ ଜାରି ରକିଛି । ସୁରକ୍ଷା ଅବସ୍ଥା ଖରାପ ହେଉଥିବାରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଜନତା ୟୁକ୍ରେନ ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦେଶ ଜାରି କରିବା ସହ ଦୂତାବାସ ସହ ସଂପର୍କ ସ୍ଥାପନ ପାଇଁ କୁହାଯାଇଛି ।ଏହା ସହ ଏଭଳି ଯୁଦ୍ଧ ସମୟରେ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ନ ଯିବାକୁ ପରାମର୍ଶ ଦିଆଯାଇଛି। ରାଜଧାନୀ କ୍ୟୁବରେ ଏବେ ଋଷ ସେନା ପକ୍ଷରୁ ଘନ ଘନ ବୋମା ବର୍ଷଣ ହେଉଛି।

ଋଷ ନିଜ ଅଂଚଳ ଘୋଷଣା କରିଥିବା ୪ଟି ସହରରେ ମାର୍ଶାଲ ଲ ଲାଗୁ କରିଛି । ୟୁକ୍ରେନ ସେନା ପକ୍ଷରୁ ଋଷ ସେନାକୁ କଡା ଟକ୍କର ଦିଆଯାଉଥିବାରୁ ଦୁଇ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏହି ସହରରେ ଉପସ୍ଥିତ ଛାତ୍ରଙ୍କ ସମେତ ଭାରତୀୟ ନାଗରିକମାନଙ୍କୁ ଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି।

ମାର୍ଶାଲ ଲ ଲାଗୁ ହୋଇଥିବାରୁ ଏହି ସବୁ ସହରରେ ଲୋକେ ଏବେ ଘରୁ ବାହାରିପାରିବେ ନାହିଁ । ଏପରିକି ସଭା କରିପାରିବେ ନାହିଁ କି ଆନ୍ଦୋଳନ କରିପାରିବେ ନାହିଁ । ଆଇନ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଋଷ ସେନା ବନ୍ଦି କରିପାରିବେ ।