ସମୟ ପୂର୍ବରୁ କଟକଣାରେ କୋହଳ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଭାରତରେ କରୋନାର ଦ୍ବିତୀୟ ଲହର ବ୍ୟାପିଛି : WHO

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନାର ଦ୍ବିତୀୟ ଲହରର ଭୟାବହତା ଧିରେ ଧିରେ ହ୍ରାସ ପାଉଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି। ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମଧ୍ୟରେ ବ୍ରିଟେନରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଭାରତରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ବ୍ୟାପିବାର ପ୍ରମୁଖ କାରଣ ହେଉଛି ସମୟ ପୂର୍ବରୁ କଟକଣାରେ କୋହଳ କରିବା । ଏହା ସଙ୍ଗେ ସଙ୍ଗେ କୋଭିଡ୍ ର ନୂତନ ଭାରିଏଣ୍ଟ ଏବଂ ଟିକା ବଣ୍ଟନରେ ଅସମାନତା ଯୋଗୁଁ ଭାରତରେ ଦ୍ବିତୀୟ ଲହର ଆସିଲା ବୋଲି ହୁ ପକ୍ଷରୁ କୁହାଯାଇଛି । WHO ର ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ୍ ରିଆନ୍ କହିଛନ୍ତି, “ଭାରତରେ ଦ୍ବିତୀୟ ତରଙ୍ଗ ଆସିବାର ପ୍ରମୁଖ କାରଣ ହେଉଛି ସମୟ ପୂର୍ବରୁ କଟକଣା କୋହଳ କରିବା, ସାମାଜିକ ସଂସ୍ଥାନ ଗୁଡିକୁ ଖୋଲିବା ପାଇଁ ଅନୁମତି ଦେବା ବିବାହ ଏବଂ ବଡ ବଡ ଧାର୍ମିକ ସମାରୋହ ପାଇଁ ଅନୁମତି ଦେବା କାରଣରୁ ଆଜି ଏହି ପରିସ୍ଥିତି ଉପୁଜିଛି। । କୋଭିଡ୍ ର ଡେଲଟା ଷ୍ଟ୍ରେନ୍ ଖୁବ୍ ଶୀଘ୍ର ବ୍ୟାପି ଥାଏ। ତେଣୁ ଏହି ଜୀବାଣୁକୁ ବ୍ୟାପିବାରୁ ରୋକିବା ଉଚିତ୍। ଯଦି କଟକଣାରେ କୋହଳ କରାଯାଏ ତେବେ ଭାରତରେ ଯେଉଁ ଅବସ୍ଥା ଦେଖାଗଲା ତାହା ସମସ୍ତଙ୍କ ସାମ୍ନାରେ ବୋଲି ସେ କହିଛନ୍ତି। ରିଆନ୍ କହିଛନ୍ତି ଯେ ଭାରତର ମହାମାରୀର ପ୍ରଭାବ “ଅତ୍ୟନ୍ତ ଭୟଙ୍କର”। ବିଶେଷ ଭାବେ ଗ୍ରାମାଞ୍ଚଳରେ ଭାଇରସ ବ୍ୟାପିଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି । ମେଡିକାଲ ଉପକରଣର ଅଭାବ ଏବଂ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଏହାର ଏକ କାରଣ ବୋଲି ସେ କହିଛନ୍ତି। ଏହା ସତ୍ତ୍ବେ ସ୍ୱାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। WHO ରେ କୋଭିଡ୍ -19 ର ଟେକ୍ନିକାଲ୍ ହେଡ୍ ମାରିଆ ୱାନ୍ କେର୍କୋଭ କହିଛନ୍ତି ଦ୍ୱିତୀୟ ତରଙ୍ଗ ପାଇଁ ଚାରି ପ୍ରକାରର ଭାରିଏଣ୍ଟ୍ କୁ ଦାୟୀ କରିଛନ୍ତି: ଆଲଫା ଭାରିଏଣ୍ଟ, ପ୍ରଥମେ ବ୍ରିଟେନରେ ଚିହ୍ନଟ ହୋଇଥିଲା; ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନିତ ବିଟା ଭାରିଏଣ୍ଟ ; ବ୍ରାଜିଲରେ ପ୍ରଥମେ ଚିହ୍ନିତ P1 ପ୍ରକାର; ଏବଂ ଡେଲଟା ଭାରିଏଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ।

Related Posts