କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର; ପୁଣି ଭସିଲା ସୁରକ୍ଷା ବାଡା, ବିପଦରେ ପୁରୀ କୋଣାର୍କ ବେଳାମାର୍ଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼ ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ଥା, କାଠ ବଲହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୩କିମି ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ବାରମ୍ବାର ସମୁଦ୍ର ଅଶାନ୍ତ ହୋଇ କୂଳ ଲଙ୍ଘିବା ସହିତ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ମାଡି ଆସୁଛି I

ଗତ ସେପ୍ଟେମ୍ୱର ୧୧ ତାରିଖରେ ସମୁଦ୍ର ଉଚ୍ଚ ଜୁଆର ମାଡ଼ରେ ରାମଚଣ୍ଡୀ ମୁହାଣ ନିକଟ ବେଳାମାର୍ଗ ସୁରକ୍ଷା ପ୍ରାଚୀର ଧସିଯାଇଥିଲା I ପ୍ରାଚୀର ଭାଙ୍ଗି ବଡ଼ ବଡ଼ ପଥର ଖଣ୍ଡ ସବୁ ବେଳାଭୂମିରେ ପଡିରହିଥିଲା I ତୁରନ୍ତ ଏନଏଚଏଆଇ ପକ୍ଷରୁ ବାଲିବସ୍ଥା, ବଲ୍ହା ପକାଇ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ହୋଇଥିଲା I ହେଲେ ଏବେ ଏହା ସୁରକ୍ଷିତ ରହୁନି I ସମୁଦ୍ର ଜୁଆର ସିଧାସଳଖ ମୁଖ୍ୟ ରାସ୍ତାକୁ ଗିଳିବାକୁ ବସିଥିବାବେବେଳେ ଇକୋ ରିଟ୍ରୀଟ ରାସ୍ତା ପ୍ରାୟ ଅଧା ଧସିଗଲାଣି I ଆଉ କିଛି ଦିନ ଗଲେ ରାସ୍ତା ସମ୍ପୂର୍ଣ ଧୋଇଯିବା ଆଶଙ୍କା ଦେଖାଦେଇଛି I ଏହି ରାସ୍ତା ଉପରେ ନିର୍ଭର କରୁଥିବା ପର୍ଯ୍ୟଟକ ସ୍ଥାନୀୟ ଗ୍ରାମବାସୀମାନେ ଏବେ ଚିନ୍ତାରେ ପଡିଛନ୍ତି । ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ତୁରନ୍ତ ଜିଓ ସିଂଥେଟିକ ୱାଲ ତଥା ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି ଉଠିଛି I

Related Posts