ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଭେଳିକି କରୁଛନ୍ତି : ସମୀର ମହାନ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମହାନଦୀକୁ ନେଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି ।ଦୀର୍ଘ ୨୨ ବର୍ଷ ଶାସନ ଭିତରେ ମହାନଦୀକୁ ଅଣ ଦେଖା କରି ଆସିଛନ୍ତି ରାଜ୍ୟ ସରକାର । ୧୯୬୨ ମସିହାରେ ଏକ କର୍ବ କୋଡ୍ ଜାରି କରାଯାଇଥିଲା ଯାହା ହୀରାକୁଦ ଜଳପରିଚାଳନା ପାଇଁ କାର୍ଯ୍ୟକରିବ ବୋଲି କୁହାଯାଇଥିଲା । ଏହାକୁ ୧୯୮୪ ମସିହାରେ ସଂଶୋଧନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ୩୮ ବର୍ଷ ଧରି କର୍ବ କୋଡର କୌଣସି ସଂଶୋଧନ କରି ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଯାହାଫଳରେ ହୀରାକୁଦର ଜଳ ସଂରକ୍ଷଣ କ୍ଷମତା ,କେତେ ପଟ୍ଟୁ ଜମୁଛି, କେତେ ଜଳ ଉପଯୋଗ ହୋଇ ପାରୁଛି ଏହାର କୌଣସି ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି କହିଛନ୍ତି ସମୀର ମହାନ୍ତି ।

ଏହା ସହିତ ମହାନଦୀକୁ ରାଜନୈତିକ ମୁଦ୍ଦା କରି ଲୋକ ମାନଙ୍କ ଆଗରେ ରାଜ୍ୟ ସରକାର ଭେଳିକି କରୁଛନ୍ତି ବୋଲି କହିଛନ୍ତି ସମୀର । ବର୍ତ୍ତମାନ ରାଜ୍ୟରେ ଜନତା ଯେଉଁ ଭଳି ଅସୁବିଧାରେ ଅଛନ୍ତି ଏହା ପାଇଁ କେବଳ ରାଜ୍ୟ ସରକାର ଦାୟୀ । ଏହା ସହିତ ସାରା ଓଡିଶା ବର୍ତ୍ତମାନ ଜଳମଗ୍ନ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବହୁ ଲୋକ ପାଣି ଘେରରେ ରହିଛନ୍ତି କିନ୍ତୁ ରାଜ୍ୟ ସରକାର କେବଳ ନୋଟିସ ଜାରି କରୁଛନ୍ତି । ନୋଟିସ ଆଉ ପ୍ରଚାର ପ୍ରସାର ନକରି କେଉଁ ଭଳି ଲୋକମାନଙ୍କ ପାଖରେ ପହଞ୍ଚି ହେବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସମୀର ।

Related Posts