ତାମିଲନାଡୁରେ ଏଣିକି କୁଳପତିଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର; ତାମିଲନାଡୁ ବିଧାନସଭାରେ ପାସ ହେଲା ବିଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁରେ କୁଳପତିଙ୍କୁ ରାଜ୍ୟପାଳ ନୁହେଁ ବରଂ ରାଜ୍ୟ ସରକାର ନିଯୁକ୍ତି ଦେବେ । ଏନେଇ ଏକ ବିଧେୟକ ରାଜ୍ୟ ବିଧାନସଭାରେ ପାରିତ ହୋଇଛି। ତାମିଲନାଡୁ ବିଧାନସଭାରେ କୁଳପତିଙ୍କ ନିଯୁକ୍ତିର ଅଧିକାରୀ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ଦିଆଯିବା ବିଲ ପାରିତ ହୋଇଛି । ଏହାପରେ ରାଜ୍ୟପାଳଙ୍କ ଅଧିକାର କମ କରିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ କେ.ପୋନମୁଡୀ ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଏକ ବିଧେୟକ ଆଗାତ କରିଥିଲେ। ବିଧେୟକ ଅନୁସାରେ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିର ଅଧିକାରୀ ରାଜ୍ୟ ସରକାରଙ୍କ ନିକଟରେ ରହିବ। ବିଧେୟକ ଆଗତ ହେବା ସହ ବିଜେପି ଏହାକୁ ବିରୋଧ କରିଥିଲା ।

ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ, ଦିଗଙ୍ଗତ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଉପରେ କଂଗ୍ରେସ ବିଧାୟକ ଦଳ ନେତା କରିଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ବିଧେୟକ ପାରିତ ହେବା ପୂର୍ବରୁ କକ୍ଷ ତ୍ୟାଗ କରିଥିଲା। ଏହା ପୂର୍ବରୁ ମୁଖ୍ୟମନତ୍ରୀ ଏମ.କେ.ଷ୍ଟାଲିନ ଗୃହର ସଦସ୍ୟଙ୍କୁ ସରକାରଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ କୁଳପତିଙ୍କ ନିଯୁକ୍ତି ରାଜ୍ୟପାଳଙ୍କ ଦ୍ୱାରା ନ ହୋଇ ରାଜ୍ୟ ସରକାର ଦ୍ୱାରା ହୋଇଥାଏ। ତେଲେଙ୍ଗାନା ଏବଂ କର୍ଣ୍ଣାଟକ ସହ ଅନେକ ରାଜ୍ୟରେ ଏପରି ହେଉଛି। ବିରୋଧୀ ଦଳ ପିଏମକେ ବିଧେୟକର ସମର୍ଥନ କରିଥିଲା।

Related Posts