ହନୁମାନ ଚାଳିସା ପାଠ କରିବା ଦେଶଦ୍ରୋହ ନୁହେଁ; ଶିମଲାକୁ ଆସି ହନୁମାନ ଚାଳିସା ପାଠ କରିବାକୁ ଉଦ୍ଧବ ଠାକରେଙ୍କୁ ଆମନ୍ତ୍ରିତ କରୁଛୁ: ଜୟ ରାମ ଠାକୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ହନୁମାନ ଚଲିସାକୁ ନେଇ ବିବାଦ ଲାଗି ରହିଛି । ଏହା ମଧ୍ୟରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ବଡ଼ ବୟାନ ଦେଇଛନ୍ତି । ତେବେ ହନୁମାନ ଚାଳିସାକୁ ପାଠ କରିବା ଦେଶଦ୍ରୋହ ନୁହେଁ। ଆମେ ହନୁମାନ ଚାଳିସା ପଢ଼ିବାକୁ ଉଦ୍ଧବ ଠାକରେଙ୍କୁ ଆମେ ଶିମଲାକୁ ଆମନ୍ତ୍ରଣ କରୁଛୁ ବୋଲି କହିଛନ୍ତି । ଏହା ସହ ଜୟ ରାମ ଠାକୁର କହିଛନ୍ତି ଯେ ଉଦ୍ଧବ ଠାକରେ ହିମାଚଳ ପ୍ରଦେଶକୁ ଆସି ହନୁମାନ ଚାଳିସା ପାଠ କରିବା ଉଚିତ୍। ଆମେ କୌଣସି ଦେଶଦ୍ରୋହ ମାମଲା ମଧ୍ୟ ଦାଖଲ କରିବୁ ନାହିଁ ଏବଂ ତାଙ୍କୁ ଅଭିନନ୍ଦନ ଜଣାଇବୁ। ଜୟ ରାମ ଠାକୁର ଆହୁରି କହିଛନ୍ତି ଯେ ଶିମଲାରେ ହନୁମାନ ଜୀଙ୍କର ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଅଛି । ଏହି ପ୍ରତିମା ୧୦୮ ଫୁଟ ଉଚ୍ଚ ଅଟେ । ଯଦି ଉଦ୍ଧବ ଠାକରେ ଆସି ହନୁମାନ ଚାଳିସା ପଢ଼ିବେ ତାହାଲେ ଆମେ ଖୁସି ହେବୁ ।

ସେପଟେ ହିନ୍ଦୁତ୍ୱ ପ୍ରସଙ୍ଗରେ ଶିବସେନା ଗଠନ କରାଯାଇଥିଲା ଏବଂ ବାଲ ଠାକରେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । କିନ୍ତୁ ବର୍ତ୍ତମାନ କ୍ଷମତାକୁ ଆସିବା ପରେ ତାଙ୍କ ପୁଅମାନେ କଣ କରୁଛନ୍ତି, ସମଗ୍ର ବିଶ୍ୱ ଏହା ଉପରେ ନଜର ରଖିଛି। ଭଗବାନ ତାଙ୍କୁ ଜ୍ଞାନ ଦେବା ଉଚିତ୍ ବୋଲି ସିଏମ୍ ଠାକୁର କହିଛନ୍ତି। ଉଦ୍ଧବ ଠାକୁରଙ୍କ ବ୍ୟତୀତ ଜୟ ରାମ ଠାକୁର ମଧ୍ୟ ନବନୀତ ରାଣା ଏବଂ ରବି ରାଣାଙ୍କୁ ହିମାଚଳ ପ୍ରଦେଶରେ ହନୁମାନ ଚଲିସା ପାଠ କରିବାକୁ ନିମନ୍ତ୍ରଣ କରିଥିଲେ। ସେ କହିଛନ୍ତି ଯେ ଯଦି ସେ ଚାହାଁନ୍ତି, ତେବେ ସେ ଏଠାକୁ ଆସି ହନୁମାନ ଚାଳିସା ପାଠ କରିପାରିବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts