ରାଜ୍ୟରେ ଅଗଷ୍ଟ ୧ ଯାଏଁ ବଢିଲା ଆଂଶିକ ଲକଡାଉନ୍ ଅବଧି: ସ୍କୁଲ କଲେଜ ବନ୍ଦ, କାଲିଠୁ ଗଡିବ ବସ୍ ଖୋଲିବ ସ୍ପା, ସେଲୁନ୍ , ଜିମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରାଯାଉଛି। କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଏ ନେଇ ଆଜି ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ଭାଗ କରାଯାଇଛି। କ୍ୟାଟେଗୋରୀ-ଏ’ରେ ୨୦ଟି ଏବଂ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲାକୁ ରଖାଯାଇଛି। 

     କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ-ବି ରେ ଥିବା ୧୦ ଜିଲ୍ଲା​‌ରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ସେହିପରି କ୍ୟାଟେଗୋରୀ-ଏ’ ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲାରହିବ ଏବଂ କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ। ପୂର୍ବଭଳି ସପ୍ତାହନ୍ତ ଶଟଡାଉନ୍ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।  ତେବେ ରାଜ୍ୟରେ ପୂର୍ବ ଭଳି ନାଇଟକର୍ଫ୍ୟୁ ଜାରି ରହିବ । 

କଟକଣା କୋହଳ :-

୧- ପୁରୀକୁ ବାଦ୍ ଦେଲେ ସାରା ରାଜ୍ୟରେ ଆରମ୍ଭ ହେବ ବସ ଚଳାଚଳ । 

୨- ୨୫ ତାରିଖ ଯାଏଁ ପୁରୀକୁ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ ଏବଂ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିବ।

୩- ଟ୍ୟାକ୍ସି, ଅଟୋ ରିକ୍ସା ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ।

୪- କାଟାଗୋରୀ-ଏ ଜିଲ୍ଲାରେ ଥିବା ୨୦ ଜିଲ୍ଲାରେ ସଟ୍‌ଡାଉନ୍‌ ନିୟମ କୋହଳ ।

୫-ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ ଖୋଲିବ ।

୬- ଆଉଟ ଡୋର ଏବଂ ଇନ୍‌ ଡୋର ଶୁଟିଂକୁ ମିଳିଲା ଅନୁମତି।

୭- ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ ।

୮- କାଟାଗୋରୀ-ଏ ଜିଲ୍ଲାରେ ଥିବା ୨୦ ଜିଲ୍ଲାରେ ସଟ୍‌ଡାଉନ୍‌ ନିୟମ କୋହଳ,  କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ଜାରି ରହିବ ସପ୍ତାହନ୍ତ ସଟ୍‌ଡାଉନ୍‌ ।

୯- ସାରା  ରାଜ୍ୟରେ ଜିମ୍‌ ଖୋଲାଯିବ ।

୧୦- ବାର୍ ବନ୍ଦ, ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି ।

୧୧-ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ମିଳିଲା ଅନୁମତି।

୧୨-ବାହାଘର, ଶୁଦ୍ଧିକ୍ରିୟାରେ ପୂର୍ବପରି କଟକଣା ବଳବତ୍ତର। 

୧୩- ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ।

୧୪- ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ।

୧୫- କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ବାକି ୮୯୭ଟି ଲୋକାଲ୍ କେସ୍‌ ରହିଛି। ସେହିପରି ୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି।୨୧୧୦ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୦ ହଜାର ୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୨ ହଜାର ୨୯୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

Related Posts