“ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ବି ହର୍ଷବର୍ଦ୍ଧନଙ୍କ ରାସ୍ତା ଆପଣେଇଛନ୍ତି” : ପି ଚିଦାମ୍ବରମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଦେଖାଦେଇଥିବା ଟିକା ଅଭାବକୁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିଛି କଂଗ୍ରେସ। ପାର୍ଟି ଅଭିଯୋଗ କରିଛି ଯେ, ଟିକା ଅଭାବକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ତାଙ୍କ ପୂର୍ବ ସହଯୋଗୀ ହର୍ଷବର୍ଦ୍ଧନଙ୍କ ପଥ ଅନୁସରଣ କରୁଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଯେ, ଟୀକାକରଣର ‘ଅଭାବ’ ପ୍ରସଙ୍ଗରେ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ବୋକା ବନଉଛନ୍ତି । 

  କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ୍ କରି କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, “ଶତାବ୍ଦୀ ଧରି ସୃଷ୍ଟିକୁ , କ୍ଷଣିକ ମଧ୍ୟରେ ଲିଭାଯାଇଛି, ଦେଶ ଜାଣେ କିଏ ଏହି କଷ୍ଟଦାୟକ ସମୟ ଆଣିଛି। ” ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି ଯେ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ତାଙ୍କ ପୂର୍ବ ସହଯୋଗୀ ଯେଉଁ ରାସ୍ତା ଆପଣେଇ ଥିଲେ ସେ ମଧ୍ୟ ସମାନ ପଥ ଅନୁସରଣ କରିଛନ୍ତି। ବିଭିନ୍ନ ରାଜ୍ୟ ଗୁଡ଼ିକ ଟିକା ଅଭାବ ଥିବା କହୁଛନ୍ତି। ଟୀକାକରଣ କେନ୍ଦ୍ରଗୁଡ଼ିକରେ “ନୋ ଭାକ୍ସିନ୍ ” ବୋର୍ଡ ଲଗାଯାଉଛି। ଟୀକାକରଣର ଶେଷ ହେଉଥିବାରୁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଘରକୁ ଫେରିବାକୁ ପଡୁଛି ।

 ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି ଯେ , ଟିକା ଅଭାବ ନେଇ ଅଭିଯୋଗ କରୁଥିବା ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କଣ ମିଛ କହୁଛନ୍ତି କି ?  ଟୀକା ଅଭାବ ଥିବାରୁ ଲୋକମାନଙ୍କୁ କଣ ଖବରକାଗଜ ଏବଂ ଟିଭି ସମ୍ବାଦରୁ ଦୂରେଇ ଦିଆଯାଉଛି କି?  ନିଷ୍କର୍ଷ ହେଉଛି ଯେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଲୋକଙ୍କୁ ବୋକା ବନାଯାଉଛି। ଅନ୍ୟପକ୍ଷରେ କୋଭିଡ -19 ଟିକା ଅଭାବ ନେଇ କେତେକ ରାଜ୍ୟ ଅଭିଯୋଗ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବୁଧବାର କହିଛନ୍ତି ଯେ, ” ଅଯଥାରେ ଆତଙ୍କ ସୃଷ୍ଟି କରାଯାଉଛି ଏବଂ ରାଜ୍ୟମାନେ ଜାଣିଛନ୍ତି ଯେ ସେମାନେ କେବେ ଏବଂ କେତେ ପରିମାଣରେ ଟିକା ପାଇବେ। ସେ କହିଛନ୍ତି ଯେ ଡୋଜ ଆବଣ୍ଟନ ସମ୍ପର୍କରେ କେନ୍ଦ୍ର ରାଜ୍ୟମାନଙ୍କୁ ସୂଚନା ଦେଇସାରିଛି।

   ସୂଚନାଯୋଗ୍ୟ ଯେ, ପୂର୍ବରୁ ଡକ୍ଟର ହର୍ଷବର୍ଦ୍ଧନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। କିନ୍ତୁ ଗତ ସପ୍ତାହରେ ହୋଇଥିବା କ୍ୟାବିନେଟ୍ ବିସ୍ତାରରେ ସେ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ମନସୁଖ ମାଣ୍ଡଭିଆଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କରାଯାଇଛି। କୋଭିଡ୍ ର ଦ୍ଵିତୀୟ ଲହର ପରିଚାଳନାରେ ବିଫଳ ହେବାରୁ ହର୍ଷବର୍ଦ୍ଧନଙ୍କ ପଦ ଚାଲିଯାଇଥିବା ଚର୍ଚ୍ଚା ହେଉଛି। 

Related Posts