STF ଟିମ୍ ଗୁଳିରେ ପ୍ରାଣ ହରାଇଲେ ଦୁଇଜଣ ଦୁର୍ଦାନ୍ତ ଅପରାଧୀ, ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କରିବା ସହ ୪୦ରୁ ଅଧିକ ମାମଲାରେ ସଂପୃକ୍ତ ଥିଲେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କଲିକତାରେ STF ଟିମକୁ ମିଳିଲା ବଡ଼ ସଫଳତା । ପଞ୍ଜାବର ଦୁଇଜଣ ଦୁର୍ଦାନ୍ତ ଫେରାର ଅପରାଧୀଙ୍କୁ ଆଜି STF ର ଏକ ଟିମ କଲିକତାରେ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ଜଣେ ଏସଟିଏଫ ଅଧିକାରୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ତେବେ ଖବର ପାଇ STF ର ଏକ ଟିମ୍ କୋଲକାତାର ନ୍ୟୁ ଟାଉନରେ ଥିବା ଏକ ଆବାସିକ କମ୍ପ୍ଲେକ୍ସ ଉପରେ ଚଢ଼ାଉ କରିଥିଲା ​​। ଚଢ଼ାଉ ସମୟରେ ଲୁଚିରହିଥିବା ଦୁର୍ବୃତ୍ତମାନେ STF ଟିମ୍ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବ ରେ STF ଟିମ୍ ମଧ୍ୟ ତାଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ଦୁଇ ଜଣ ଅପରାଧୀ ମୃତ୍ୟୁବରଣ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଅପରାଧୀ ଜାଗ୍ରୋନ ଠାରେ ଦୁଇ ଜଣ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ । କେବଳ ଏତିକି ନୁହେଁ ବରଂ ପଞ୍ଜାବ, ରାଜସ୍ଥାନ, ହରିୟଣା ଏବଂ ହିମାଚଳ ପ୍ରଦେଶରେ ଡକାୟତି ହତ୍ୟା, ନିର୍ଯାତନା, ଅପହରଣ ଭଳି 40 ରୁ ଅଧିକ ମାମଲାରେ ତାଙ୍କ ନାମରେ ରୁଜୁ ହୋଇଥିଲା । ଏନେଇ ପଞ୍ଜାବ ପୁଲିସ ତାଙ୍କ ନାମରେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ । ଅପରିପକ୍ଷେ ବରିଷ୍ଠ STF ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି | ତାଙ୍କ ସହ ସିଆଇଡି ଏବଂ ବୋମା ନିଷ୍କାସନକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବାର ସୂଚନା ମିଳିଛି । ଅନ୍ୟପଟେ ଏ ସମ୍ପର୍କରେ ପଞ୍ଜାବ ପୁଲିସ କୌଣସି ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ପ୍ରକାଶ କରିନଥିବା ର ଦେଖିବା ପାଇଁ ମିଳିଛି ।

Related Posts