ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିଛି । ଏଥର ପଞ୍ଜାବରେ କଂଗ୍ରେସକୁ ମାତ ଦେଇ ଆମ ଆଦମି ପାର୍ଟି ସରକାର ଗଠନ କରିବାକୁ ଯାଉଛି । ତେବେ ଆମ ଆଦମି ପାର୍ଟି ପକ୍ଷରୁ ଭଗୱନ୍ତ ମାନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏହା ମଧ୍ୟରେ ଭଗୱନ୍ତ ମାନ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ରାଜଭବନରେ ହେବ ନାହିଁ । ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାନରେ ହେବ ବୋଲି ଭଗୱନ୍ତ ମାନ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।