କୋଭିଡ୍ ମହାମାରୀ ମଧ୍ୟରେ ଆରମ୍ଭ ହେଲା କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ମହାମାରୀ ଆଶଙ୍କା ମଧ୍ୟରେ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଆରମ୍ଭ ହୋଇଛି କ୍ରୀଡ଼ାର ମହାକୁମ୍ଭ ୩୨ ତମ ଟୋକିଓ ଅଲିମ୍ପିକ୍ସ ଗେମ୍ସ। ଭାରତୀୟ ସମୟାନୁସାରେ ଅପରାହ୍ଣ ୪.୩୦ ମିନିଟରେ ଉଦଘାଟନ ସମାରୋହ ଆରମ୍ଭ ହୋଇଥିଲା।

ଏହି ଉଦଘାଟନୀ ଉତ୍ସବରେ ଭାରତର ନେତୃତ୍ୱ ନେଇଥିଲେ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଓ ମହାନ ମହିଳା ବକ୍ସର ଏମସି ମ୍ୟାରୀ କମ୍।କରୋନା କଟକଣା ଯୋଗୁଁ ଏଥର ନିରାଡମ୍ବର ଭାବେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି । ମହାମାରୀ ଯୋଗୁଁ ଅଲିମ୍ପିକ୍ସ ଗେମ୍ସର ଉଦଘାଟନୀ ସମାରୋହ ବିନା ଦର୍ଶକରେ ଆୟୋଜିତ ହୋଇଥିଲା । 

ସୂଚନାଯୋଗ୍ୟ ଯେ ଟୋକିଓ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଗେମ୍ ଆୟୋଜନ କରୁଛି । ଏହା ପୂର୍ବରୁ ୧୯୬୪ରେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ କରିଥିଲା ।  ଜାପାନର ସମ୍ରାଟ ନାରୁହିତୋ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମୁଖ୍ୟ ଥୋମାସ୍ ବାକ୍‌ଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ । 

ଏହା ସାଙ୍ଗକୁ ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ଷ୍ଟାଡିୟମରେ ୧୦୦୦ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ଥିଲେ ଖେଳାଳି ଯେଉଁମାନେ କି ମହାମାରୀ ଏବଂ ଭୟ ମଧ୍ୟରେ ଗତ ଏକ ବର୍ଷ ଧରି ପ୍ରସ୍ତୁତ ହେଉଥିଲେ ।

ଏପଟେ ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲମ୍ପିକ୍ ପଦକ ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ । ଭାରତୀୟମାନେ କ୍ୱାର୍ଟର ଫାଇନାଲରେ କୋରିଆକୁ ଭେଟିବାକୁ ଯାଉଛନ୍ତି । ଉଭୟ ପୁରୁଷ ଏବଂ ମିଶ୍ରିତ ଡବଲ୍ସ ଯୋଡି ବିପକ୍ଷରେ କୋରିଆନ୍‌ ଖଳିବ ।

Related Posts