ଲାଉଡସ୍ପିକର ବ୍ୟବହାର କରିବା ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଲାଉଡସ୍ପିକରକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମସଜିଦରେ ଲାଉଡସ୍ପିକର ଲଗାଇବା ନେଇ ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ଲାଉଡସ୍ପିକର ବ୍ୟବହାର କରିବା ମୌଳିକ ଅଧିକାର ନୁହେଁ ବୋଲି ଅଦାଲତ କହିଛନ୍ତି । ସେପଟେ ଆଜାନ ପାଇଁ ନୂରୀ ମସଜିଦରେ ଡାକବାଜି ଯନ୍ତ୍ର ସ୍ଥାପନ ଲାଗି ହୋଇଥିବା ଆବଦେନକୁ ୨୦୨୧ ଡିସେମ୍ବର ୩ରେ ବିସୌଲି ଏସଡିଏମ ଖାରଜ କରିଦେଇଥିଲେ । ଉକ୍ତ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ଇର୍ଫାନ ନାମକ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ମସଜିଦରେ ଡାକବାଜି ଯନ୍ତ୍ର ବ୍ୟବହାର ସାମ୍ବିଧାନିକ ଅଧିକାର ନୁହେଁ କହି ଜଷ୍ଟିସ ବିବେକ କୁମାର ବିର୍ଲା ଏବଂ ବିକାଶ ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି । ଧର୍ମୀୟ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ ଏବେ ବିଭିନ୍ନ ରାଜ୍ୟରେ ବିବାଦ ଦେଖାଦେଇଛି । ମହାରାଷ୍ଟ୍ରରେ ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉାଡସ୍ପିକର ହଟାଇବା ପାଇଁ ଆହ୍ୱାନ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts