ହିଜାବ ପିନ୍ଧିଥିବା ମହିଳା ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ; କହି ଟ୍ରୋଲ ହେବାରେ ଲାଗିଛନ୍ତି ଓୱେସୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ହିଜାବ ବିବାଦ ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ଅନେକ ରାଜନେତା ଏହି ମୁଦ୍ଦାରେ ନିଜର ବୟାନ ଦେବାରେ ଲାଗିଛନ୍ତି । କିଛି ଏହା ସପକ୍ଷରେ ଥିବାବେଳେ ଆଉ କିଛି ଏହାର ବିପକ୍ଷରେ ଅଛନ୍ତି । ଏହା ମଧ୍ୟରେ ଇଓଗଓଗ ର ମୁଖ୍ୟ ଆସାଦୁଦ୍ଦିନ ଓୱେସୀ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ହିଜାବ ପିନ୍ଧିଥିବା ମହିଳା ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ । ଏଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହି ବୟାନ ଦେବା ପରେ ସୋସିଆଲ ମିଡିଆରେ ଓୱେସୀ ଟ୍ରୋଲ ହେବାରେ ଲାଗିଛନ୍ତି । ଅନ୍ୟପଟେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ଓୱାଇସି କହିଛନ୍ତି ଯେ ଯଦି ଆମର ଝିଅମାନେ କୁହନ୍ତି ଯେ ଆମେ ହିଜାବ୍ ପିନ୍ଧିବୁ, ତେବେ ସେମାନଙ୍କ ପିତାମାତା କହିବେ ଯେ ତାଙ୍କୁ ପିନ୍ଧିବା ଉତିତ କି ନୁହେଁ ।

ଝିଅମାନେ ହିଜାବ ପିନ୍ଧି କଲେଜ ଯିବେ ଏବଂ ଡାକ୍ତର, ଇଞ୍ଜିନିୟର ମଧ୍ୟ ହେବେ ଜ୍ଝ ଏହା ସହ ସେ କହିଛନ୍ତି ଯେ, ସମସ୍ତେ ମନେ ରଖିବା ଉଚିତ୍। ବୋଧହୁଏ ମୁଁ ବଞ୍ଚିଥିବି କି ନାହିଁ ଜାଣିନି କିନ୍ତୁ ଆପଣମାନେ ଦେଖିବେ ଦିନେ ଜଣେ ହିଜାବ ପିନ୍ଧିଥିବା ଝିଅ ଦେଶର ପ୍ରଧାନମନ୍ତ୍ରୀ ହେବ । ବାସ ଏହା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ଟ୍ରୋଲିଂ । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ସେମାନଙ୍କୁ ପ୍ରଥମେ ଝିଅମାନଙ୍କୁ ମସଜିଦ ଭିତରକୁ ଯିବାକୁ ଦିଆଯାଉ। ପ୍ରଥମେ କୁହ ଯେ କେଉଁ ମୁସଲମାନ ଦେଶରେ ଜଣେ ମୁସଲମାନ ଝିଅ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କିଛି ଦିନ ପୂର୍ବରୁ ଆରବରେ ଝିଅମାନଙ୍କୁ ଗାଡି ଚଳାଇବାକୁ ଅନୁମତି ଦିଆଯାଇଥିଲା। ଶଶି କୁମାର ନାମକ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଥମେ ଏକ ମୁସଲମାନ ଦେଶ ହିଜାବ ପିନ୍ଧିଥିବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ କରୁ, ତାପରେ ଭାରତ କଥା ଚିନ୍ତା କରିବ ।

Related Posts