ଆସନ୍ତାକାଲି ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ । ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି ।

ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଏହି ମୂର୍ତ୍ତିର ଏତେ ବିଶାଳ ହୋଇଛି ଯେ, ୨୦ କିଲୋମିଟର ଦୂରରୁ ଏହା ଦୃଶ୍ୟମାନ ହେବ । ରାତିରେ ଦୃଶ୍ୟମାନ ହେବା ପାଇଁ ଏଥିରେ ଉନ୍ନତ ଧରଣର ଆଲୋକୀକରଣ କରାଯାଇଛି ।

ଭକ୍ତମାନଙ୍କ ସୁବିଧା ପାଇଁ ଲିଫ୍ଟ, ହଲ ଏବଂ ସିଡିର ବ୍ୟବସ୍ଥା କରାଯାଇଛି । ଏହାର ନିର୍ମାଣରେ ୩ ହଜାର ଟନ ଇସ୍ପାତ ଲୁହା, ୨.୫ ଲକ୍ଷ ଘନ ଟନର କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଏହାର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ ।

Related Posts