କଥା ଦେଇ କଥା ରଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, କହ୍ନେୟା ଲାଲଙ୍କ ଦୁଇ ପୁଅଙ୍କୁ ମିଳିଲା ସରକାରୀ ଚାକିରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ରାଜସ୍ଥାନ ର ଉଦୟପୁର ରେ କିଛି ଦିନ ତଳେ ଏକ ଧାର୍ମିକ ହିଂସା କାରଣରୁ ଦର୍ଜୀ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଥିଲା।କହ୍ନେୟାଲାଲଙ୍କୁ ହତ୍ୟା କରାଯିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ସେତେବେଳେ ଗେହଲଟ କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଜୁଲାଇ ୬ ତାରିଖ କ୍ୟାବିନେଟ ବୈଠକରେ କହ୍ନେୟାଲାଲଙ୍କ ଦୁଇପୁଅଙ୍କୁ ଚାକିରି ଦିଆଯିବା ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି ।ଗେହଲଟ ସରକାରଙ୍କ ଏକ ନିର୍ଦ୍ଦେଶନାମା ଅନୁସାରେ କହ୍ନେୟାଲାଲଙ୍କ ଦୁଇପୁଅ ତରୁଣ ଓ ୟସଙ୍କୁ କନିଷ୍ଠ ସହାୟକ ପଦରେ ନିଯୁକ୍ତି ମିଳିଛି କେବଳ ସେତିକି ନୁହେଁ କହ୍ନେୟାଲାଲଙ୍କ ପରିବାରକୁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ତେବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୪ ଜଣ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି ଓ ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଏନଆଇଏ କୁ ହସ୍ତାନ୍ତର କରିଛି ।ମଙ୍ଗଳବାର ଦିନ ଏନଆଇଏ ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି । ହେଲେ ଏହାରି ମଧ୍ୟରେ କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବାଭଳି ବଡ଼ ଖବର ସାମ୍ନାକୁ ଆସିଛି।

Related Posts