
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ସେପଟେ ଦେଶରେ କୋଇଲାର ଘୋର ସଙ୍କଟ ଦେଖାଦେବାରେ ଲାଗିଛି । ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଭଳି ପ୍ରକାର ବିଦ୍ୟୁତ ସଙ୍କଟ ଦେଖାଦେଇଛି । ରିପୋର୍ଟ ଅନୁଯାୟୀ ଏପ୍ରିଲ ୨୦୨୨ର ପ୍ରଥମ ୨୭ ଦିନରେ ଚାହିଦା ତୁଳନାରେ ୧.୮୮ ବିଲିୟନ ୟୁନିଟ ବିଦ୍ୟୁତର ଅଭାବ ରହିଛି । କେନ୍ଦ୍ର ଶକ୍ତ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୨,୦୭,୧୧ ମେଗାୱାଟ ବିଦ୍ୟୁତର ଚାହିଦା ରହିଛି । ୨୬ ଏପ୍ରିଲରେ, ଚାହିଦା ଅନୁସାରେ ଯୋଗାଣ କମ ରହିଥିଲା । ଏହାର ଅଭାବ ପରିମାଣ ୮.୨୨ ଗିଗାୱାଟ ବିଦ୍ୟୁତ ସଙ୍କଟ ସୃଷ୍ଟି କରିଛି । ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରେ ଚାହିଦାରେ ୮.୯ ପ୍ରତିଶତ ବୃଦ୍ଧି ହୋଇଛି । ସେପଟେ ମନ୍ତ୍ରଣାଳୟ କହିଛି ଯେ ଯଦି ଚାହିଦା ଏହିପରି ଜାରି ରୁହେ, ତାହାଲେ ମେ-ଜୁନ ମାସରେ ଏହି ଅଭାବ ପରିମାଣ ୨୧୫ ରୁ ୨୨୦ ଗିଗାୱାଟ ହେବାର ଆଶଙ୍କା ରହିଛି । କୋଇଲା ସଙ୍କଟ ଯୋଗୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି ।
ତେବେ ହରିୟାଣା, ରାଜସ୍ଥାନ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଜାମ୍ମୁକାଶ୍ମୀର ଅଧିକ ପ୍ରଭାବିତ ହେଉଛନ୍ତି । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସମାନ ସଙ୍କଟ ସୃଷ୍ଟି ହୋଇଥିଲା । ତେବେ ଦେଶର ଅଧିକାଂଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଙ୍କଟ ଯୋଗୁଁ ବିଦ୍ୟୁତ କାଟ କରାଯାଉଛି । ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା ଏକ ଏନଟିପିସି କାରଖାନା କୋଇଲା ଅଭାବରୁ ବନ୍ଦ ରହିଛି । ଏନେଇ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ ଦେଶର ୧୭୩ଟି ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ମଧ୍ୟରୁ ୧୦୬ଟିରେ ଗଚ୍ଛିତ କୋଇଲା ଭଣ୍ଡାର ୨୫ ପ୍ରତିଶତରୁ କମ ରହିଛି । ଦେଶକୁ ଦୈନିକ ୨୨ ଲକ୍ଷ ଯନ କୋଇଲା ଦରକାର ଏବଂ ଯୋଗାଣ ମାତ୍ର ୧୬ ଲକ୍ଷ ଟନ ହେଉଛି । ଫଳସ୍ୱରୂପ ଦୈନିକ ଚାହିଦା, ହାରାହାରି ୧୬କ,୦୩୫ ମେଗାୱାଟ ଥିବାବେଳେ ଯୋଗାଣ ମାତ୍ର ୨୩୦୪ ମେଗାୱାଟ ହେଉଛି । ଚାହିଦା ତୁଳନାରେ ଉତ୍ତରପ୍ରଦେଶରେ ୯, ହରିୟାଣାରେ ୭.୭ ଏବଂ ଉତ୍ତରାଖଣ୍ଡରେ ୭.୬ ପ୍ରତିଶତ ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।