ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ଜୀବନରୁ ମାରିଦେବାକୁ ଧମକ

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ଏଯାବତ୍ ଥମି ନଥିବା ବେଳେ, ଏବେ ତାଙ୍କ ବାପାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଛି ବିପଦ । ତାଙ୍କୁ ଜୀବନରେ ମାରିଦେବାକୁ ଚାଲିଛି ଯୋଜନା। ମୁସେୱାଲାଙ୍କ ବାପାଙ୍କୁ ମିଳିଛି ହତ୍ୟା ଧମକ।

ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ତାଙ୍କୁ ଏଭଳି କିଛି ଧମକ ଦିଆଯାଇଛି।

ଇନ୍‌ଷ୍ଟାଗ୍ରାମରେ ‘ଦ୍ୱିତୀୟ ନମ୍ବର ବାପାର’ ବୋଲି ଲେଖା ହୋଇଛି। ମୁସେୱାଲାଙ୍କ ବାପାଙ୍କୁ ଏହି ଧମକ ପାକିସ୍ତାନରୁ ମିଳିଥିବା ଜଣାପଡିଛି। ଏନେଇ ସେ ପୁଲିସକୁ ଜଣାଇଛନ୍ତି। ପୁଲିସ ମାମଲାର ଯାଞ୍ଚ କରୁଛି। ଏହି ଷଡଯନ୍ତ୍ର ପଛରେରେ ପାକିସ୍ତାନୀ ଲିଙ୍କ ସାମ୍ନାକୁ ଆସିବା ଏକ ବଡ କଥା ବୋଲି କୁହାଯାଉଛି।

ପୂର୍ବରୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ନେଇ ଯେଉଁ ଅନୁସନ୍ଧାନ କରାଯାଇଛି, ତାହା କେବଳ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ସୀମିତ ରହିଛି। କିନ୍ତୁ ବର୍ତ୍ତମାନ ଯଦି ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି, ତେବେ ପୁଲିସ ପାଇଁ ଏହି ମାମଲା ଜଟିଳ ହୋଇପାରେ। ତେବେ ମୁସେୱାଲାଙ୍କ ବାପାଙ୍କୁ କିଏ ଏଭଳି ଧମକ ଦେଇଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ। ମୁସେୱାଲାଙ୍କ ବନ୍ଧୁମାନେ ଏହାକୁ ପାକିସ୍ତାନ ଲିଙ୍କ ବୋଲି କହୁଛନ୍ତି। ହେଲେ ପୁଲିସ କିନ୍ତୁ ଏ ବିଷୟରେ ସ୍ପଷ୍ଟ ରୂପେ କିଛି କହିନାହିଁ।

ଅଟାରୀ ସୀମା ନିକଟରେ ଯେତେବେଳେ ପଞ୍ଜାବ ପୁଲିସ ଦୁଇ ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟର କରିଥିଲା ସେତେବେଳେ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଏକ ନାଟକୀୟ ମୋଡ ସାମ୍ନାକୁ ଆସିଥିଲା। ଗତକାଲି ପୁଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ଜଗରୂପ ସିଂହ ରୁପା ଓ ମନପ୍ରିତ ସିଂହ ପନ୍ନୁ ଟଳିଥିଲେ। ଏନ୍‌କାଉଣ୍ଟର ପରେ ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ପରିଚୟ ସୁନିଶ୍ଚୀତ କରିବା ପାଇଁ ଦୁଇ ଜଣ ସାକ୍ଷୀଙ୍କୁ ଅଟାରୀ ଡକାଯାଇଥିଲା ।

Related Posts