(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସମଗ୍ର ବିଶ୍ୱ ଆଫଗାନିସ୍ତାନ ନାଗରିକଙ୍କ ସହ ସମବେଦନା ଜଣାଉଛି। ବଙ୍ଗଳା ସରକାର ଏହା ମଧ୍ୟରେ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛି। ଆଜି ରକ୍ଷା ବନ୍ଧନ ଅବସରରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଟିଏମସିର ମହିଳା କାର୍ଯ୍ୟକର୍ତ୍ତାମାନେ  ଆଫଗାନିସ୍ତାନର ନାଗରିକଙ୍କ ହାତରୁ ରାକ୍ଷୀ ବାନ୍ଧିଥିଲେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାକ୍ଷୀ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଚିତ୍ର ଅଛି, ଯେଉଁଥିରେ ବଙ୍ଗାଳୀରେ ଲେଖାଯାଇଛି – ଦିଲ୍ଲୀ ଚଲୋ (ଚାଲ ଦିଲ୍ଲୀ ଯିବା)।

ବେଙ୍ଗଲର ଉତ୍ତର ଚବିଶ ପରଗାନା ଜିଲ୍ଲାର ଦମଦମ୍ ଅଞ୍ଚଳରେ ଟିଏମସି ପକ୍ଷରୁ ଏକ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ସେହୀ ଅଞ୍ଚଳରେ ରହୁଥିବା ଆଫଗାନିସ୍ତାନ ନାଗରିକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲା।  ଏହାପୂର୍ବରୁ ମମତା ବାନାର୍ଜୀ ରକ୍ଷା ବନ୍ଧନ ଉପରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି, ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।  ଭାଇ ଓ ଭଉଣୀଙ୍କ ସ୍ୱତନ୍ତ୍ର ବନ୍ଧନକୁ ପାଳନ କରିବା, ଆସନ୍ତୁ ପରସ୍ପରକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେବା । ‘

ଉଲ୍ଲେଖନୀୟ କଥା ହେଉଛି, ବେଙ୍ଗଲରେ ବହୁ ସଂଖ୍ୟକ ଆଫଗାନିସ୍ତାନ ନାଗରିକ ବାସ କରନ୍ତି। ଯେଉଁଠାରେ ବେଙ୍ଗଲ ବାସିନ୍ଦା ମଧ୍ୟ ଆଫଗାନିସ୍ତାନରେ ରୁହନ୍ତି । ନିକଟରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଫଗାନିସ୍ତାନରେ କେତେଜଣ ବଙ୍ଗଳା ଲୋକ ଫସି ରହିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ପ୍ରଦାନ କରିବାକୁ ମମତା ବାନାର୍ଜୀ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋଲକାତାରେ ରହୁଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ, ବଙ୍ଗଳାରେ ବିଧାନସଭା ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀ ‘ଦିଲ୍ଲୀ ଚାଲୋ’ ସ୍ଲୋଗାନ ଦେଉଛନ୍ତି। ଖେଲା ହୋବେ ସ୍ଲୋଗାନ ପରେ ତୃଣମୂଳ କଂଗ୍ରେସ ‘ ଦିଦି ଏବାର ଦିଲୀ ଚଲୋ’ର ସ୍ଲୋଗାନ ଦେଉଛନ୍ତି।