ଟିଏମ୍‌ସି ସାଂସଦଙ୍କ ହଙ୍ଗାମା

ମମତା ବାନାର୍ଜୀଙ୍କ ଧାରଣାକୁ ନେଇ ଲୋକସଭାରେ ଟିଏମ୍‌ସି ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି, ଦେଶର ଆଇନ ସଂସ୍ଥା ସହ ଏଭଳି ଟକ୍କର ଦେଶର ସଂଘୀୟ ବ୍ୟବସ୍ଥା ଓ ରାଜନୈତିକ ଢାଞ୍ଚା ପାଇଁ ଉଚିତ ନୁହଁ ।

ସେ ଆହୁରି କହିଛନ୍ତି ସିବିଆଇର କାମକୁ ଏଭଳି ଅଟକାଇ ଦିଆଯାଏ, ତେବେ ଦେଶରେ ଅବ୍ୟବସ୍ଥା ସୃଷ୍ଟି ହେବ । କେନ୍ଦ୍ର ସରକାର ସବୁବେଳେ ରାଜ୍ୟର ଅଧିକାରକୁ ସମ୍ମାନ ଦେଇଆସିଛି ।

ପୋଲିସ ରାଜ୍ୟର ବିଷୟ. ତେଣୁ ରାଜ୍ୟକୁ ମଧ୍ୟ କେନ୍ଦ୍ରର ସଂସ୍ଥାକୁ ସମ୍ମାନ ଦେବା ଆବଶ୍ୟକ । ରାଜନାଥ ସିଂହ କହିଛନ୍ତି ରବିବାର ଯେଉଁ ଘଟଣା ଘଟିଲା ସେଥିରୁ ସାମ୍ବିଧାନିକ ଢାଞ୍ଚା ଭାଙ୍ଗିବା ନେଇ ସଙ୍କେତ ଦେଉଛି । ଏନେଇ ରାଜ୍ୟପାଳ ସହ ଆଲୋଚନା ହୋଇଛି ଏବଂ ରିପୋର୍ଟ ମଗାଯାଇଛି । ସଂସ୍ଥାକୁ ନିଜ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଅଟକାଇବା ଉଚିତ ନୁହଁ ।

Related Posts