ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍: ୧୦ରୁ ଅଧିକ ଗାଈଙ୍କର ମୃତ୍ୟୁ

ଯାଜପୁର : ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ଟ୍ରକ୍ । ଫଳରେ ୧୦ ରୁ ଅଧିକ ଗାଈ ମୃତ୍ୟୁ ବରଣ କରିଛନ୍ତି। ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି ।

ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ଟ୍ରକରେ ଗୋରୁ ଚୋରା ଗୋଚାଲାଣ ହେଉଥିଲା । ତେବେ ୧୬ନଂ ଜାତୀୟ ରାଜପଥ ନିକଟ ବ୍ରଜନଗର୍ ଠାରେ ଏହା ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡ଼ିରେ ଚୋରା ଭାବେ ଚାଲାଣ ହେଉଥିବା ୧୦ରୁ ଅଧିକ ଗାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ଘଟଣା ସମ୍ପର୍କରେ ପାଣିକୋଇଲି ପୋଲିସ ଖବର ପାଇଁ ପହଁଚି ଗାଡ଼ି ତଳେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରିଛି । ତେବେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଗୋରୁ କୁଆଡେ ଯାଉଥିଲେ ସେନେଇ କିଛି ସୂଚନା ମିଳିନାହିଁ । ପୋଲିସ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Posts