ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ: ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ପରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ : ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ରାତି ୧୨:୧୦ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨.୨୫ରୁ ୨.୩୫ ମଧ୍ୟରେ ଗୋପାଳବଲ୍ଲଭ ଶେଷ ହୋଇଥିଲା ।

ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ। ୪.୩୦ ରୁ ୪.୪୦ ମଧ୍ୟରେ ଭୋଗମଣ୍ଡପ ସରିଥିଲା । ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ହୋଇ କୋରାଭୋଗ ହେବାସହ ଅନ୍ୟାନ୍ୟ ନୀତି ବଢିବ। ପରେ ଶ୍ରୀମନ୍ଦିରରେ ଜଗାଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Related Posts