
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ମୃତକ ମହିଳା ଜଣକ ହେଲେ ସୁଶ୍ରୀ ସଙ୍ଗୀତା । ସେ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ସୁଶ୍ରୀଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବା ବେଳେ ସେ ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ସୁଶ୍ରୀ ।
ତେବେ ଗତକାଲି ରାତି ୧୦ଟାରେ ସୁଶ୍ରୀଙ୍କ ଦେହ ଖରାପ୍ ଥିବାନେଇ ତାଙ୍କ ଘରକୁ ଫୋନ ଯୋଗେ ଖବର ଯାଇଥିଲା। ଖବର ପାଇ ସଙ୍ଗୀତାଙ୍କ ପରିବାର ଲୋକେ ମେଡ଼ିକାଲରେ ପହଁଞ୍ଚିଥିଲେ । ସେଠାରେ ଝିଅ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହିଥିଲେ । ତେବେ ଏହାକୁ ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ସୁଶ୍ରୀଙ୍କ ପରିବାର ଲୋକେ। ଏନେଇ ତାଙ୍କ ବାପ ଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।