ଆଜି ପୁଣି ସିବିଆଇ ନିକଟରେ ହଜାର ହେଲେ ମହିମା ମିଶ୍ର, ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ କୋର୍ଟ ଚାଲାଣ କଲା ସିବିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): PPL ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ କୋର୍ଟ ଚାଲାଣ କଲା ସିବିଆଇ । ଚର୍ଚ୍ଚିତଙ୍କୁ ସ୍ପେଶାଲ କୋର୍ଟରେ ହାଜର କଲା ସିବିଆଇ । ଲାଞ୍ଚ କାରବାରରେ ଆଜି ସିବିଆଇରେ ହାଜର ହୋଇଥିଲେ ଚର୍ଚ୍ଚିତ ମିଶ୍ର । ମାମଲାରେ ତାଙ୍କ ତାଙ୍କ ନା ଥିବାରୁ ସେ ନିଜେ ରାତି ୪ଟାରେ ହାଜର ହୋଇଥିଲେ । ଦୀର୍ଘସମୟ ଜେରା ପରେ ତାଙ୍କୁ ଗିରଫ କରିଥିଲା ସିବିଆଇ ।

ସେପଟେ ଆଜି ପୁଣିଥରେ ମହିମା ମିଶ୍ର ଓ ତାଙ୍କ ବଡ ପୁଅ ମଧ୍ୟ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ସିବିଆଇର ନୋଟିସ ପାଇ ସିବିଆଇରେ ହାଜର ହୋଇଛନ୍ତି ଉଭୟ । ସୂଚନା ଥାଉକି, ଗତକାଲି ୨୦ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ ମହିମା ମିଶ୍ର । ଦୀର୍ଘସମୟର ମାରାଥନ ଜେରା ପରେ ତାଙ୍କୁ ଛାଡିଥିଲା ସିବିଆଇ । ଏବେ ପୁଣିଥରେ ସେ ସିବିଆରେ ହାଜର ହୋଇଛନ୍ତି ।

Related Posts