ବୌଦ୍ଧରୁ ସାମ୍ନାକୁ ଆସିଲା ବଡ଼ଧରଣର ଜିଏସ୍‌ଟି ଠକେଇ ମାମଲା: ୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ବୌଦ୍ଧ : ଜିଏସ୍‌ଟିର ଟିମ୍ କୁ ସଫଳତା । ବୌଦ୍ଧରେ ବଡ଼ଧରଣର ଜିଏସ୍‌ଟି ଠକେଇ ମାମଲାରେ ଜିଏସ୍‌ଟିର ଟିମ୍ କୁ ମିଳିଛି ସଫଳତା । ଏକାସାଙ୍ଗ ବିଭିନ୍ନ ସ୍ଥାନରେ ୧୨ଟି ଟିମ୍‌ର ଚଢାଉ କରିଛି । ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ସମ୍ବଲପୁର ଜିଏସ୍‌ଟିର ଟିମ୍ ପକ୍ଷରୁ ଚଢ଼ାଉ ହୋଇଛି । ଏହି ଚଢାଉରେ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ସହ ବହୁ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଥିଲେ । ଏନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ୧୨ ଜଣିଆ ଟିମ୍ ଗଠନ କରିଥିଲେ । ଏକାକାଳୀନ ୨ଟି ସ୍ଥାନରେ ଚଢାଉ କରିଥିଲ ଜିଏସ୍‌ଟି ଟିମ୍‌ ।

ତେବେ ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ, ସଠିକ୍ ପରିମାଣର କର ପୈଠ ନକରି ଫାଙ୍କୁଥିଲେ । ଯାହାକୁ ନେଇ ଶନିବାର ସକାଳୁ ଉଭୟ ସ୍ଥାନରେ ଚଢାଉ ହୋଇଥିଲା । ତେବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର, ଲାପଟପ୍ ସହିତ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହିତ ବ୍ୟାଙ୍କରେ ଡିପୋଜିଟ୍‌ ଥିବା ବ୍ୟାଙ୍କ ଖାତାକୁ ଅଚଳ କରିଦେଇଛନ୍ତି ଜିଏସ୍‌ଟି ଟିମ୍‌ ।

Related Posts