ପାକିସ୍ତାନରେ ଆଜି ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି: ଇମ୍ରାନ ଖାନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ଆଜି ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ପଦ ହରାଇବା ପରେ ଏବେ ଇମ୍ରାନ ଖାନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟ୍ବିଟ କରି ସ୍ୱାଧୀନତା ସଂଗ୍ରାମ ପୁଣି ଥରେ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି ଇମ୍ରାନ ଖାନ୍। ଇମ୍ରାନ ଖାନ ଟ୍ୱିଟ କରି ଲେଖିଛନ୍ତି ଯେ, ୧୯୪୭ ମସିହାରେ ପାକିସ୍ତାନ ସ୍ବାଧୀନ ହୋଇଥିଲା। କିନ୍ତୁ ଆଜି କ୍ଷମତା ବଦଳାଇବା ପାଇଁ କରାଯାଇଥିବା ବିଦେଶୀ ଷଡଯନ୍ତ୍ର ବିରୋଧରେ ପାକିସ୍ତାନରେ ପୁଣି ଥରେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଛି।

ପାକିସ୍ତାନବାସୀ ସବୁବେଳେ ଦେଶର ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରର ସୁରକ୍ଷା କରିଆସିଛନ୍ତି, ଆଗକୁ ମଧ୍ୟ କରିବେ। ତେବେ ଇମ୍ରାନ ଖାନ ସରକାରର ପତନ ହେବା ପରେ ଏବେ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ବିରୋଧୀ ଦଳରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଶାହ ମହମ୍ମଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।

Related Posts