ଟପ୍ ମାଓ ନେତା ଦୁବାସି ଶଙ୍କର ଗିରଫ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୁଖ୍ୟାତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କଲା ପୋଲିସ । ଏହି ହାଡକୋର ମାଓବାଦୀ ନେତା ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ପୋଲିସ ଡିଜିଙ୍କ  ସୂଚନା ମୁତାବକ , ଏହି କୁଖ୍ୟାତ ମାଓବାଦୀ ନେତା ଦୁବାସି ଶଙ୍କର ୨୦୧୦ରେ ଗୋବିନ୍ଦପାଲି ଲ୍ୟାଣ୍ଡମାଇନ ବ୍ଲାଷ୍ଟରେ ସାମିଲ ଥିଲା । ତେବେ ଏଠାରେ ସୂଚନା ଥାଉକି ଏହି ଭୟଙ୍କର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ଜଣ ପୋଲିସ ସହୀଦ ହୋଇଥିଲେ । ଏତଦ୍ ବ୍ୟତୀତ  ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । 

ତେବେ ସବୁଠାରୁ ବଡ କଥାଟି ହେଉଛି, ଗଲା ୨୦ ବର୍ଷ ମଧ୍ୟରେ ଗିରଫ ହୋଇଥିବା ଟପ୍ ମାଓବାଦୀଙ୍କ ମଧ୍ୟରେ ଶଙ୍କର ହେଉଛି ସବୁଠାରୁ ଦୁର୍ଦ୍ଦାନ୍ତ । ପୋଲିସ ଡିଜି ଅଭୟଙ୍କ ସୂଚନା କ୍ରମେ ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ । ଶଙ୍କରକୁ ଆଜି କୋର୍ଟ ଫରୱାର୍ଡ କରାଯାଇଥିବା ବେଳେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି । ଆଜି ଦ୍ୱିପ୍ରହରରେ ତାର ସହଯୋଗୀ ସହ ପୋଲିସର ଗୁଳିବିନିମୟ ହୋଇଥିଲା ।  ଏହାପରେ ମାଓବାଦୀ ନେତା ଦୁବାସୀ ଶଙ୍କରକୁ ଗିରଫ କରାଯାଇଛି ।  ଚଳିତବର୍ଷ ଏଯାବତ୍ ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।

Related Posts