
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଅକ୍ଟୋବର ୧ ରୁ ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଆରମ୍ଭ । ଅକ୍ଟୋବର ୧ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଉଲ୍ଲେଖନୀୟ କଥା ହେଉଛି ରବିବାର ମଧ୍ୟ ପରୀକ୍ଷା ହେବ। ଏନେଇ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ୨ଟି ଇଲେକ୍ଟିଭ୍ ସବ୍ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅଫ୍ଲାଇନ ପରୀକ୍ଷାର ଫଳକୁ ଅନ୍ତିମ ରେଜଲ୍ଟ ବୋଲି ଧରାଯିବ। ସୂଚନାଯୋଗ୍ୟ ଯେ ଅଫଲାଇନ୍ ପରୀକ୍ଷା ପାଇଁ ୧୩୦୪୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତେବେ ଏହି ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେଇପାରିବେ। ସିଏଚ୍ଏସ୍ଇ ପକ୍ଷରୁ କଲେଜଗୁଡ଼ିକ ଲିଙ୍କ ଦିଆଯିବ। ପିଲାମାନେ ଏହି ଲିଙ୍କ ମାଧ୍ୟମରେ ପରୀକ୍ଷା ଦେଇ ପାରିବେ ବୋଲି ଗତ କିଛି ଦିନ ତଳେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଥିଲେ । ଅଫ୍ଲାଇନ୍ ପରୀକ୍ଷା ଗୁଡ଼ିକ ପ୍ରମୁଖ ବିଷୟରେ ହେବ।
ସୂଚନାଯୋଗ୍ୟ ଯେ , କରୋନା ମହାମାରୀ ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ହୋଇପାରି ନଥିଲା। ତେଣୁ ରାଜ୍ୟ ସରକାର ବିକଳ୍ପ ମାଧ୍ୟମରେ ରେଜଲ୍ଟ ପ୍ରକାଶ କରିଥିଲେ। ଏଥର ବିଜ୍ଞାନରେ ୯୫.୧୫ ପ୍ରତିଶତ ଓ ବାଣିଜ୍ୟରେ ୯୪.୯୬ ପ୍ରତିଶତ ପିଲା ପାସ୍ କରିଛନ୍ତି। ସେହିପରି ଯୁକ୍ତ ୨ କଳାରେ ୮୯.୪୯ ପ୍ରତିଶତ ଓ ଧନ୍ଦାମୂଳକରେ ୯୯.୧୬ ପ୍ରତିଶତ ପିଲା ପାସ୍ କରିଛନ୍ତି।