ବାଲେଶ୍ୱର ଜିଲ୍ଲା ରେମୁ ଗାଁରେ ଦୁଃଖଦ ଘଟଣା: ବାହାଘର ଭୋଜି ଖାଇବାକୁ ଆସି ତିନି ନାବାଳିକା ପୋଖରୀରେ ବୁଡିଗଲେ

ଜଳେଶ୍ୱର : ବାଲେଶ୍ୱର ବାଲିଆପାଳ ଥାନା ରେମୁ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ବାହାଘର ଭୋଜି ଖାଇବାକୁ ଯିବା କାଳ ପାଲଟିଛି । ବନ୍ଧୁ ଘରକୁ ବିବାହ ଭୋଜି ଖାଇବାକୁ ଆସି ତିନି ନାବାଳିକା ପୋଖରୀରେ ବୁଡିଯାଇଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରେମୁ ଗାଁର ଗଦାଧର ଜେନାଙ୍କ ଘରେ ଅନୁଷ୍ଠିତ ହୋଇଥିବା ବିବାହ ଭୋଜିରେ ଯୋଗ ଦେବାକୁ ସମ୍ପର୍କୀୟ ମାନେ ଆସିଥିଲା । ରବିବାର ସକାଳ ସମୟରେ ଲେଙ୍ଗଳେଶ୍ୱର ଗାଁର ଅନନ୍ୟା ପାତ୍ର .କାଳନ୍ଦା ଗାଁର ଜୟଲକ୍ଷ୍ମୀ ପରିଡା. କାଠଶଗଡ଼ିଆ ଗାଁର କାମିନୀ ପାତ୍ର ଘର ପାଖ ପୋଖରୀକୁ ଗାଧେଇବା ବେଳେ ଅସାବଧାନତା ବଶତଃ ତିନିଜଣ ବିଡିଯାଇଥିଲେ । ତେବେ ପରିବାର ଲୋକେ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ରାସ୍ତାରେ କାମିନୀ ପାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ଅନ୍ୟପଟେ ଏହି ଅଘଟଣକୁ ନେଇ ଖୁସିର ମାହୋଲ ରେ ଦୁଃଖର ଲହରୀ ଖେଳିଯାଇଛି ।

Related Posts