ମହାରାଷ୍ଟ୍ରରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା; ବିଜେପି ବିଧାୟକଙ୍କ ପୁଅ ସମେତ ୭ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ସେଲସୁରାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ସେଲସୁରା ନିକଟରେ ଥିବା ଏକ ବ୍ରିଜରୁ କାର ଖସି ପଡ଼ିଯିବାରୁ ତିରୋରାର ବିଜେପି ବିଧାୟକ ବିଜୟ ରହାଙ୍ଗଦାଲେଙ୍କ ପୁଅ ଆବିଷ୍କାର ରହାଙ୍ଗଦାଲେଙ୍କ ସମେତ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବାର କଥା ସାମ୍ନାକୁ ଆସିଛି । ସେପଟେ ୱାଦ୍ଧାର ସାୱାଙ୍ଗି ମେଡିକାଲ କଲେଜର ୭ ଜଣ ଛାତ୍ର ଏକ କାର ଯୋଗେ ଦେବଲୀରୁ ୱାର୍ଦ୍ଧା ଯାଉଥିଲେ । ସେଲସୁରା ଶିବର୍ ଦେଇ ଯିବାବେଳେ ହଠାତ୍ ଏକ ବଣୁଆ ଜନ୍ତୁ ବ୍ରିଜ ନିକଟରେ ପହଞ୍ଚିଲା, ଏହାକୁ ବଞ୍ଚାଇବା ପାଇଁ କାରଟି ଅନିୟନ୍ତ୍ରିତ ହୋଇ ତଳକୁ ଖସିପଡ଼ିଥିଲା ।

ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସହାୟତା ପାଣ୍ଠିରୁ ପ୍ରଧାନମନ୍ତ୍ରୀ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇ ଉଠିଛି ।

Related Posts