ନେତାଜୀଙ୍କ ନାମରେ ୨୦୧୪ ମସିହା ପୂର୍ବରୁ ହିଁ୧୬୪ଟି ଅନୁଷ୍ଠାନ ରହିଛି; କେବଳ ହୋଲଗ୍ରାମ ଉନ୍ମୋଚନ କରିବା ଯଥେଷ୍ଟ ନୁହଁ: ଶଶି ଥରୁର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ ସୁଭାଷ ଚନ୍ଦ୍ର ବୋଷ ଓ ଅମର ଯବାନ ଜ୍ୟୋତିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । କିଏ ଏହା ସମର୍ଥନରେ ବାହାରୁଥିବାବେଳେ ଆଉ କିଏ ଏହାକୁ ବିରୋଧ କରିବାରେ ଲାଗିଛି । ସେପଟେ ୨୩ ଜାନୁଆରୀରେ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଳନ କରିଥିଲା । ଏହି ଅବସରରେ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନେଟାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହା ମଧ୍ୟରେ କଂଗ୍ରେସ ନେତା ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଭାରତରେ ନେତାଜୀଙ୍କ ନାମରେ ୧୬୪ଟି ଅନୁଷ୍ଠାନ ଅଛି । ଯାହା ୨୦୧୪ ପୂର୍ବରୁ ହୋଇଥିଲା । କିନ୍ତୁ ନେତାଜୀଙ୍କର ଜନ୍ମବାର୍ଷିକୀରେ କେବଳ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନା କରିବା ଉଚିତ ନଥିଲା । କାହିଁକିନା ତାଙ୍କ ପାଖରେ କେବଳ ବୀରତ୍ୱ ନଥିଲା ବରଂ ତାଙ୍କର ଅନେକ ଦୃଢ଼ ସିଦ୍ଧାନ୍ତ ରହିଥିଲା । ଯାହାକୁ ବର୍ତ୍ତମାନର ସରକାର ଅଣଦେଖା କରିବାରେ ଲାଗିଛନ୍ତି ବୋଲି ଶଶି ଥରୁର କହିଛନ୍ତି ।

ଏହା ସହ ଅମର ଯବାନ ଜ୍ୟୋତିକୁ ନେଇ ମଧ୍ୟ କଂଗ୍ରେସ ନେତା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଆଉ ଏକ ଶିଖା ଜଳାଇବା ପାଇଁ ଅମର ଯବାନ ଜ୍ୟୋତିକୁ ଲିଭାଯାଇପାରିବ ନାହିଁ । ଏପରିକି ଅମର ଯବାନ ଜ୍ୟୋତିକୁ ଲିଭାଇବାକୁ କଂଗ୍ରେସ ନିରନ୍ତର ବିରୋଧ କରିଆସୁଛି । ଅମର ଯବାନ ଜ୍ୟୋତିଙ୍କୁ ଲିଭାଇବା ଇତିହାସକୁ ଲିଭାଇବା ସଦୃଶ । ଯାହା ୩,୪୮୩ ସାହସୀ ସୈନିକଙ୍କ ବଳିଦାନକୁ ଚିହ୍ନିତ କରିଛି ଯେଉଁମାନେ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରି ଦକ୍ଷିଣ ଏସିଆର ମାନଚିତ୍ର ବଦଳାଇ ଦେଇଥିଲେ ବୋଲି କଂଗ୍ରେସ ନେତା ଶଶି ଥରୁର ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

Related Posts