ବାରାଣସୀରେ 2006 ମସିହାରେ ସିରିଜ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଓ୍ବାଲିଉଲ୍ଲା ଖାନକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀ ଓ୍ବାଲିଉଲ୍ଲା ଖାନକୁ ମିଳିଲା ମୃତ୍ୟୁ ଦଣ୍ଡ । ଉତ୍ତର ପ୍ରଦେଶ ବାରାଣସୀ ସହରରେ 2006 ମସିହାରେ ଘଟିଥିବା ସିରିଜ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ । ଆଜି (ସୋମବାର) ଗାଜିଆବାଦର ଏକ କୋର୍ଟ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି 2ଟି ମାମଲାରେ ଅଭିଯୁକ୍ତ ଓ୍ବାଲିଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ଗୋଟିଏରେ ଫାଶୀ ଦଣ୍ଡ ଓ ଅନ୍ୟଟିରେ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଦୁଇଟି ପୃଥକ ମାମଲା ସରିଏଲ ବିସ୍ଫୋରଣ ସମ୍ପର୍କିତ ଥିଲା ।

2006 ମସିହା ମାର୍ଚ୍ଚ 7 ତାରିଖରେ ବାରାଣସୀ ସହରର ସଙ୍କଟମୋଚନ ମନ୍ଦିର ଓ କଣ୍ଟେନମେଣ୍ଟ ରେଲଓ୍ବେ ଷ୍ଟେସନ ସମେତ ଅନ୍ୟ କିଛି ବ୍ୟସ୍ତବହୁଳ ସ୍ଥାନରେ ସିରିଏଲ ବିସ୍ଫୋରଣ କରାଯାଇଥିଲା । ଏଥିରେ ପ୍ରାୟ 20 ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି କରି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀ ଓ୍ବାଲିଓ୍ବାଲା ଖାନକୁ ଜିଲ୍ଲା ସେସନ ବିଚାରପତି ଜିତେନ୍ଦ୍ର କୁମାର ସିହ୍ନା ଦୋଷୀ ସାବ୍ୟସ୍ତ କରିଛନ୍ତି ।
୨୦୦୬ ବାରଣାସୀ ସିରିୟଲ ବୋମା ବିସ୍ଫୋରଣ ମାମଲାଦୋଷୀ ଆତଙ୍କବାଦୀ ୱାଲିଉଲ୍ଲା ଖାନ୍‌ଙ୍କୁ ଫାଶୀ ଦଣ୍ଡାଦେଶଡବଲ ବ୍ଲାଷ୍ଟରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା ୨୦ ଜଣଙ୍କ ମୃତ୍ୟୁ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ

ଭାରତୀୟ ଦଣ୍ତବିଧି ଆଇନ ( (IPC)ର ବିସ୍ଫୋରଣ ଆକ୍ଟ, ଗଣହତ୍ୟା, ହତ୍ୟା ଉଦ୍ୟମ ପରି ସଙ୍ଗୀନ ମାମଲା ରୁଜୁ କରିଥିଲା ପୋଲିସ । ତେବେ ପୋଲିସ ଦାଖଲ କରିଥିବା ପ୍ରମାଣ ଅଭିଯୁକ୍ତ ବିରୋଧରେ ପ୍ରମାଣିତ ହେବା ପରେ ତାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Related Posts