
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ପ୍ରାୟ ୧୮ ଜଣଙ୍କୁ ବିବହାର କରିଥିବା ଠକ ଡାକ୍ତରଙ୍କ ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି । ତେବେ ରସିକିଆ ଡାକ୍ତର ରମେଶ ସ୍ୱାଇଁ ଏମବିବିଏସ ତ ଦୂରର କଥା ସେ ଦଶମ ମଧ୍ୟ ପାସ କରିନଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ତଦନ୍ତ ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ସେପଟେ ନକଲି ଡାକ୍ତରଙ୍କ ସ୍ତ୍ରୀ ତାଲିକା ବଢିବାରେ ଲଗିଛି । ବର୍ତ୍ତମାନ ଯାଏ ୧୮ ଜଣଙ୍କୁ ସେ ବିବାହ କରିଥିବା ଜଣାପଡିଛି । ରମେଶଙ୍କ ଏତେ ସବୁ ସ୍ତ୍ରୀ ଥିବା ଜଣାପଡିବା ପରେ ଗୌହାଟୀ ରେ ରହୁଥିବା ସ୍ତ୍ରୀଙ୍କ ହୋସ ଉଡିଯାଇଥିବା ତାଙ୍କ ସମ୍ପର୍କୀୟ ପୋଲିସ କୁ ଜଣାଇଛନ୍ତି।
କେବଳ ବିବାହ ନୁହଁ କ୍ଲିନିକ ଖୋଲି ଠକେଇ କରିଥିବା ଜଣାପଡ଼ିଛି । କଟକ ଓ ଢେଙ୍କାନାଳରେ ଲାଇଫ ସ୍ପାନ ନାମରେ ଦୁଇଟି କ୍ଲିନିକ ଖୋଲିଥିଲେ । କର୍ମଚାରୀ ଓ ଡାକ୍ତରଙ୍କୁ ଦରମା ନଦେଇ ଠକିଛନ୍ତି । ଡାକ୍ତରଙ୍କ ପୁଅକୁ ଲଷ୍ନୌର ଏକ ମେଡିକାଲ କଲେଜରେ ଆଡମିଶନ କରାଇବାକୁ କହି ୬୦ ହଜାର ଟଙ୍କା ଠକି ନେଇଛନ୍ତି । ବର୍ତ୍ତମାନ ଯାଏ ରମେଶ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି । ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଆବେଦନ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।