‘ଭାଜପା ମୁକ୍ତ ଭାରତ’ ସ୍ଲୋଗାନ ଦେଇ ଟିଆରଏସ୍ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ: କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାରା ଦେଶରେ ବିରୋଧୀଙ୍କୁ ଏକାଠି କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବିଜେପିକୁ ସରକାରରୁ ହଟାଇବାକୁ ଚାହୁଁଛନ୍ତି। ଏହି କ୍ରମରେ ସେ ଗତ ସପ୍ତାହରେ ବିହାର ଗସ୍ତ କରି ନୀତିଶ କୁମାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ତେବେ ସୋମବାର ଦିନ କେସିଆର ନିଜାମାବାଦରେ ନିଜର ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଦଳ ଟିଆରଏସ୍ ଅଲଗା ରାଜ୍ୟରୁ ପ୍ରେରଣା ନେଇ ‘ଭାଜପା ମୁକ୍ତ ଭାରତ’ ସ୍ଲୋଗାନ ଦେଇ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ । ସେ ଆହୁରି ମଧ୍ୟ କହିଛନ୍ତି ୨୦୨୪ରେ ହେବାକୁଥିବା ଲୋକ ସଭା ନିର୍ବାଚନରେ ଯଦି ଭାଜପା ବିହିନ ସରକାର ଗଠନ ହେବ ତେବେ ସାରା ଦେଶର କୃଷକଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ।

ରାଓ କହିଛନ୍ତି, ଟିଆରଏସ୍ ସାରା ଦେଶରେ ବିକାଶ ପାଇଁ ତେଲେଙ୍ଗାନା ମଡେଲ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ । ଆଉ ଟିଆରଏସ ଜନତାଙ୍କ ସମର୍ଥନରେ ଭାରତର ଚେହେରାକୁ ବଦଳାଇ ଦେବେ । ନିଜାମାବାଦ ଏକ ସମୃଦ୍ଧ ସହର ଓ ମୁଁ ଘୋଷଣା କରୁଛି କି ଟିଆରଏସ ଜନତାଙ୍କ ହିତ ଲାଗି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ । ଖୁବଶୀଘ୍ର ଆମେ ନିଜାମାବାଦରେ ଆରମ୍ଭ ହେବାକୁ ଯାଉଥିବା ରାଷ୍ଟ୍ରୀୟ ସ୍ତରର ନିର୍ବାଚନ ଅଭିଯାନର ଆରମ୍ଭ କରିବୁ। ଏପରି ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ଜିନିଷ ପତ୍ର ଧରି ଦେଶରୁ ପଳାୟନ କରିବ ।

Related Posts