ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦୁଇ ପୂର୍ବତନ କାଉନସିଲର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦୁଇ ପୂର୍ବତନ କାଉନସିଲର । ତେବେ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଫୁଲବାଣୀ ସହରର ୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କ୍ଷ ଏ ନେଇ ଆଜି ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି କ୍ଷ ଏମାନେ ଦଳୀୟ ପାର୍ଥୀଙ୍କୁ ବିରୋଧ କରି ସ୍ୱାଧୀନ ପାର୍ଥୀ ଦେଇଥିଲେ ।

ତେଵେ ଦଳ ପକ୍ଷରୁ ଏ ଦୁହିଁଙ୍କୁ ମନାଇବାକୁ ବହୁତ ଚେଷ୍ଟା କରାଯାଇଥିଲେ ମଧ୍ୟ ଏମାନେ ମାନି ନଥିଲେ କ୍ଷ ଫଳରେ ବାଧ୍ୟ ହୋଇ ଦଳ ପକ୍ଷରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି କ୍ଷ ସେପଟେ ବିଜେଡି ବର୍ତ୍ତମାନ ଆକ୍ସନ ମୋଡରେ ରହିଛି । ଏଇ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନମାନଙ୍କରୁ ଦଳ ବିରୋଧୀ କର୍ମୀମାନଙ୍କୁ ନିଲମ୍ବିତ କରିବାରେ ଲାଗିଛି ।

Related Posts