ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ : ମାଟ୍ରିକ ରେଜଲ୍ଟ ଆଧାରରେ ମୂଲ୍ୟାୟନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ମୂଲ୍ୟାୟନ ମ୍ୟାଟ୍ରିକ୍‌ ଭିତ୍ତିରେ ହେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ଯେଉଁ ଛାତ୍ରଛାତ୍ରୀ ମାନେ ମାର୍କରେ ଅସନ୍ତୁଷ୍ଟ ସ୍ଥିତିରେ ସୁଧାର ଆସିଲା ପରେ ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଉକ୍ତ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇପାରିବେ ବୋଲି CHSE ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ପ୍ରଭାବ ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ସୁରକ୍ଷା ଦୃଷ୍ଟିରୁ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏହାପରେ ରେଜଲ୍ଟ କେଉଁଭଳି ଭାବେ ପ୍ରକାଶ ପାଇବ ଏବଂ ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ବିଚାରବିମର୍ଶ ଚାଲିଥିଲା । ବିଶେଷଜ୍ଞ କମିଟି ସହ ବିଚାରବିମର୍ଶ ପରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts