ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ସହର ସ୍ଥିତ ନାଗାବଳୀ ନଦୀରେ ଫସି ରହିଛନ୍ତି ୨ ପର୍ଯ୍ୟଟକ । ଆଜି ସକାଳେ ପର୍ଯ୍ୟଟକ ମାନେ ବୁଲୁଥିବା ବେଳେ ହଠାତ୍ ନଦୀର ଜଳସ୍ତର ବଢ଼ିଯିବରୁ ନଦୀ ମଝିରେ ଫସି ରହିଛନ୍ତି ୨ ପର୍ଯ୍ୟଟକ।
ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକର ହୋଇଥିବାବେଳେ ସେମାନେ ବୁଲିବା ପାଇଁ ଯାଇଥିଲେ କିଛି ଭାବିବା ଆଗରୁ ନାଗାବଳୀ ନଦୀରେ ହଠାତ୍ ଜଳସ୍ତର ବଢିବାକୁ ଲାଗିଥିଲା ।ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା।ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ । ତେବେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ଫସି ରହିଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରୟାସଆରମ୍ଭ କରିଛନ୍ତି ।
