ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି, ତାଙ୍କୁ ଉଚିତ୍ ଶିକ୍ଷା ଦରକାର: ଅମିତ ଶାହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି। ବିଜେପି ସହ ଗରଦାରି କରିଛନ୍ତି, ତାଙ୍କୁ ଉଚିତ୍ ଶିକ୍ଷା ଦରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କିଛି ଏଭଳି କହି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡା ସମାଲୋଚନା କରିଛନ୍ତି ଶାହ। ସେ ଆହୁରି କହିଛନ୍ତି ଯେ, ଆମେ ରାଜନୀତିରେ ସବୁ କିଛି ସହିପାରିବୁ। କିନ୍ତୁ ଧୋକା ବରଦାସ୍ତ କରିପାରିବୁନି। କ୍ଷମତା ନିଶା ହିଁ ଉଦ୍ଧବଙ୍କୁ ପାଗଳ କରିଛି। ସେଥିପାଇଁ ନିଜ ଦଳ ବି ଉଦ୍ଧବଙ୍କ ବିରୋଧରେ ଗଲା। ଉଦ୍ଧବ କେବଳ ବିଜେପିକୁ ଧୋକା ଦେଇନାହାନ୍ତି ବରଂ ବିଚାରଧାରା ପ୍ରତି ଧୋକା ଦେଇଛନ୍ତି ବୋଲି ଅମିତ୍ ଶାହ କହିଛନ୍ତି। ମହାରାଷ୍ଟ୍ରର ଜନମତକୁ ଉଦ୍ଧବ ଅପମାନିତ କରିଛନ୍ତି ସେଥିପାଇଁ ଏବେ ତାଙ୍କ ପାର୍ଟି ବୁଡ଼ିଯାଇଛି। କେବଳ କ୍ଷମତା ଲୋଭ ତାଙ୍କ ଦଳକୁ ଆଜି ବରବାଦ କରିଦେଇଛି। ମୁଁ ଆଜି ଖୋଲି କରି କହୁଛି, ଆମେ କେବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ କଥା ଦେଇ ନଥିଲୁ। ଆମେ ବନ୍ଦ ଘରେ ରାଜନୀତୀ କରୁନା । ଆମେ ଖୋଲା ରାଜନୀତି କରୁ ବୋଲି ଶାହ କହିଛନ୍ତି।

ଏହି ଅବସରରେ ଶାହ ମହାରାଷ୍ଟ୍ରରେ ମିଶନ ୧୫୦ର ଆହ୍ୱାନ ଦେଇଥିଲେ । ଆଗକୁ ମୁମ୍ବାଇର ପୌର ନିର୍ବାଚନ ଆସୁଛି । ମହାରାଷ୍ଟ୍ରରେ ବ୍ରିହାନମୁମ୍ବାଇ ପରିଷଦ ହେଉଛି ଦେଶର ସର୍ବବୃହତ୍ତ ପୌର ସଂସ୍ଥା। ଏହି ସଂସ୍ଥାକୁ ବିଜେପି ଦୀର୍ଘ ଦିନ ଧରି ନିଜ ଅକ୍ତିଆରରେ ରଖି ଆସିଛି। ପୁଣି ଥରେ ଏହି ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Related Posts