ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଉଦ୍ଧବ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଉଦ୍ଧବ ଠାକରେ । ତେବେ ନିଜ ଦଳର ସାଂସଦମାନଙ୍କ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଁଇଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସାଂସଦମାନଙ୍କ ଦାବି ପରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଠାକ୍‌ରେ ରାଜି ହୋଇଛନ୍ତି। ସୋମବାର ଠାକ୍‌ରେଙ୍କ ବାସଭବନରେ ସାଂସଦମାନେ ତାଙ୍କୁ ଭେଟି ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଠାକ୍‌ରେଙ୍କ ଏହି ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳୀୟ ପ୍ରାର୍ଥୀ ଜଶୱନ୍ତ ସିହ୍ନାଙ୍କ ପାଇଁ ଏକ ବିରାଟ ପ୍ରତିବନ୍ଧକ ହେବ।

ସେପଟେ ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଏକ ପ୍ରମୁଖ ବୈଠକରେ ୧୨ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ରା‌ଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇଥିଲେ। ତେବେ ବୈଠକରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କିନ୍ତୁ ତାଙ୍କର ସମର୍ଥନ ଜଶୱନ୍ତ ସିହ୍ନାଙ୍କୁ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts