ଚଳିତମାସ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ ୟୁକେର ବୈଦେଶିକ ସଚିବ ଲିଜ ଟ୍ରସ

୨୨ ଦିନରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପହଁଚିଥିବା ବେଳେ, ଭାରତ ଉଭୟ ଦେଶ ପ୍ରତି ନୀରବତା ପ୍ରକାଶ କରିଛି | ଆପୋଷ ବୁଝାମଣା କରିବା ପାଇଁ ବାରଟା ପକ୍ଷରୁ ଉଭୟ ଦେଶକୁ କୁହାଯାଇଛି | ଏହାରି ମଧ୍ୟରେ ଭାରତ ଗସ୍ତରେ ଆସିବେ ୟୁକେର ବୈଦେଶିକ ସଚିବ ଲିଜ ଟ୍ରସ ।

ଚଳିତମାସ ଶେଷ ଆଡକୁ ସେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି | ଏହି ସମୟରେ ରୁଷ ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ନେଇ ଆଲୋଚନା କରିପାରନ୍ତି । କିଛିଦିନ ତଳେ ୟୁକ୍ରେନ ସଙ୍କଟ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ ୟୁକେର ବୈଦେଶିକ ସଚିବ ।

ଗତ ୨୦୨୧ ଅକ୍ଟୋବର ମାସରେ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ ଲିଜ ଟ୍ରୁଜ । ଭାରତ ସହ ସହଭାଗିତା ନେଇ ସେ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା କରିଥିଲେ। ଏନେଇ ଟ୍ରସ କହିଥିଲେ ଯେ ଆଗାମୀ ଦିନରେ ୨ ଦେଶ ଏକାଠି କାମ କରିବା ନେଇ ଆଲୋଚନା ହୋଇଥିଲା ।

Related Posts