ରୁଷର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଥିବା ନାଗରିକଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବ ୟୁକ୍ରେନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନର ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପରସ୍ପର ଦେଶ ଉଭୟଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ସେପଟେ ପ୍ରଥମେ ରୁଷ ୟୁକ୍ରେନ ଉପରକୁ ଆକ୍ରମଣ କରିଥିଲା । ଏହାର କଡ଼ା ଜବାବ ଦେଇଥିଲା ୟୁକ୍ରେନ । ହେଲେ ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ଘୋଷଣା କରିଛନ୍ତି । ତେବେ ରୁଷର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ସରକାର ଅସ୍ତ୍ର ପ୍ରଦାନ କରିବେ। ଯେଉଁମାନେ ଜଙ୍କଗ୍ଦଗ୍ଦସବ ଷରେ ଏପର୍ୟ୍ୟନ୍ତ ବିବେକ ହରାଇ ନାହାଁନ୍ତି, ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ବିରୁଦ୍ଧରେ ବିରୋଧ କରିବାର ସମୟ ଆସିଛି। ୟୁକ୍ରେନର ସମସ୍ତ ନାଗରିକଙ୍କ ଉପରେ ଆମେ ପ୍ରତିବନ୍ଧକ ହଟାଇବୁ ଯେଉଁମାନେ ଆମ ଦେଶକୁ ରକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଆମେ ଦେବୁ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅନ୍ୟ ରାଷ୍ଟ୍ରମାନଙ୍କୁ ରୁଷ ହସ୍ତକ୍ଷେପ କରିବାକୁ ସିଧାସଳଖ ମନା କରିଦେଇଛି । ଏପରିକି ଅନେକ ରାଷ୍ଟ୍ର ରୁଷକୁ ବୁଝାଇବା ସତ୍ତ୍ୱେ ରୁଷ ରାଷ୍ଟ୍ରପତି ୟୁକ୍ରେନକୁ ଆକ୍ରମଣ କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନ ମଧ୍ୟ ରୁଷର ୫ଟି ଯୁଦ୍ଧ ବିମାନକୁ ନଷ୍ଟ କରିଦେଇଛି । ଅନ୍ୟପଟେ ଉଭୟ ଦେଶରେ ଯୁଦ୍ଧ ପରିବେଶ ଉପୁଜିବାରେ ଲାଗିଛି ।

Related Posts