
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷର ବୋମା ବର୍ଷଣରୁ ରକ୍ଷାପାଇବା ପାଇଁ ମେଟ୍ରୋ ଷ୍ଟେସନରେ ପଶିଲେ ୟୁକ୍ରେନବାସୀ । ଯୁଦ୍ଧ ଘୋଷଣା ପରଠାରୁ ୟୁକ୍ରେନ୍ରେ ମାର୍ଶଲ ଲ’ ଲାଗୁ ହୋଇଛି। ରୁଷର ଆକ୍ରମଣରୁ ନିଜ ନାଗରିକଙ୍କୁ ରକ୍ଷା କରିବା ପାଇଁ ୟୁକ୍ରେନର ରାଜଧାନୀ କିଭ୍ରେ ଅନେକ ଆଶ୍ରୟସ୍ଥଳ ତିଆରି କରାଯାଇଛି। ନାଗରିକଙ୍କୁ ଏହି ଆଶ୍ରୟସ୍ଥଳ ବା ଶେଲଟର୍ ହୋମ୍କୁ ଯିବା ପାଇଁ ୟୁକ୍ରେନ୍ ସରକାର ଅପିଲ୍ କରିଛନ୍ତି। ସେପଟେ ମାସେ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି ସକାଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହା ପରେ ୟୁକ୍ରେନରେ ଲାଗୁ ହୋଇଥିଲା ସାମରିକ ନିୟମ । ସାଧାରଣ ନାଗରିକଙ୍କୁ ଋଷର ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜଧାନୀ କିଭରେ ଆଶ୍ରୟ ଗୃହ ନିର୍ମାଣ କରାଯାଇଛି । ଏହି ଆଶ୍ରୟସ୍ଥଳକୁ ଯିବାକୁ ନାଗରିକମାନଙ୍କୁ ନିବେଦନ କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋରେ ନିର୍ମିତ ଆଶ୍ରୟ ଗୃହକୁ ଯିବାକୁ କିଭ ମେୟର ବିତାଲି କ୍ଲିସକୋ ଲୋକଙ୍କୁ ନିବେଦନ କରିଛନ୍ତି । କିବରେ ଏଯାଏଁ ସାଢେ ହଜାରରୁ ଅଧିକ ସେଲଟର ହୋମ ନିର୍ମାଣ କରାଯାଇଛି । ହଜାରରୁ ଅଧିକ ଲୋକ ଏହି ସେଲଟର ହୋମରେ ଆସି ରହିଲେଣି । ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ଏହିପରି ବୋମା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି, ଯାହା ସାଧାରଣ ନାଗରିକଙ୍କୁ ବାୟୁରୁ ଖସିପଡିଥିବା ବୋମାରୁ ରକ୍ଷା କରିପାରିବ । ଦୋକାନ, ବାର୍, ମେଟ୍ରୋ ଷ୍ଟେସନ୍, ଅଣ୍ଡରପାସ୍, ଶୀତଳ ଯୁଦ୍ଧ ପରମାଣୁ ଆଶ୍ରୟସ୍ଥଳ ଏବଂ ଷ୍ଟ୍ରିପ୍ କ୍ଲବକୁ ୟୁକ୍ରେନର ଆଶ୍ରୟ ଗୃହରେ ପରିଣତ କରାଯାଇଛି । ତେବେ ଅଧିକାରୀମାନେ ନାଗରିକମାନଙ୍କୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ କହିଛନ୍ତି ।