ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଦେଖିବାକୁ ମିଳିଛି ଅଭାନୀୟ ଘଟଣା । ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ବାରମ୍ବାର ଡାକିଲେ ମଧ୍ୟ ଆସିଲେନି ଡାକ୍ତର । ଫଳରେ ଚିକିତ୍ସା ନପାଇ ଶଯ୍ୟାରେ ପଡି ପଡି ଚାଲିଗଲା ରୋଗୀର ଜୀବନ । ଏପରି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ରୋଗୀ ଜଣଙ୍କ ମଇଧର ପୁର ଗ୍ରାମର ପିଙ୍କୁନ ସେଠ । ତାଙ୍କୁ ପରିବାର ପକ୍ଷରୁ ଶୁକ୍ରବାର ସକାଳ ୧୦ଟାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭେଷଜ ୱାର୍ଡରେ ଭର୍ତ୍ତି କରିଥିଲେ । ତେବେ ଗତକାଲି ଠାରୁ ରକ୍ତ ପରୀକ୍ଷା ପାଇଁ ସାମ୍ପଲ ଦେଇଥିଲେ ମଧ୍ୟ ରିପୋର୍ଟ ମିଳିନଥିବାବେଳେ ଗତ ରାତିରେ ସେ ଗୁରୁତର ହୋଇଥିଲେ ।

ମାତ୍ର ପରିବାର ପକ୍ଷରୁ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ ଆସିବାକୁ ମନା କରିଥିଲେ । ଫଳରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଡାକ୍ତର ନଆସିବାରୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଛି ବୋଲି ଡାକ୍ତରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ତାଙ୍କ ପରିବାର ।

Related Posts