‘ଫନି’ କ୍ଷତିଗ୍ରସ୍ତ ପରିବାରକୁ ଘର ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଘର ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ୧ ଲକ୍ଷ ୮୪ ହଜାର ବାସଗୃହ ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । କେବିକେ ଜିଲ୍ଲା ଓ ଆଦିବାସୀଙ୍କୁ ଘର ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଏଥିପାଇଁ ୧୩ ଲକ୍ଷ ଘର ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁସାରେ ବାସହରା ଚିହ୍ନଟ ହୋଇଛନ୍ତି ।

Related Posts