ବାଲିଯାତ୍ରା ଆରମ୍ଭରୁ ଅଘଟଣ; ମହାନଦୀରେ ବୁଡ଼ି ବ୍ୟବସାୟୀ ନିଖୋଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ତେବେ ବାଲିଯାତ୍ରା ଆରମ୍ଭରୁ ହିଁ ଅଘଟଣ ଦେଖିବାକୁ ମିଳିଛି । ମହାନଦୀରେ ବୁଡ଼ି ଜଣେ ବ୍ୟବସାୟୀ ନିଖୋଜ ହୋଇଛନ୍ତି । ତଳ ବାଲିଯାତ୍ରା ପଡ଼ିଆ ମହାନଦୀ ଘାଟରେ ଗାଧୋଇବା ବେଳେ ବ୍ୟବସାୟୀ ଜଣକ ବୁଡ଼ି ନିଖୋଜ ହୋଇଥିବା ସୂଚାନ ମିଳିଛି । ନିଖୋଜ ଯୁବକ ବିହାର ଅଞ୍ଚଳର ଏମଡି ଇସାଦ ବୋଲି ଜଣା ପଡିଛି। ସେ ବାଲିଯାତ୍ରାକୁ ବ୍ୟବସାୟ ପାଇଁ ଆସିଥିଲେ । ତେବେ ଉକ୍ତ ବ୍ୟବସାୟୀଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ଧାର ଉଦ୍ୟମ ଜାରି ରହିଛି ।

ତେବେ ଦୀର୍ଘ ଦୁଇବର୍ଷ ପରେ ଏବର୍ଷ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ଭରି ରହିଛି ବେଶ ଉତ୍ସାହ । ବାଲିଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Posts