ବଜେଟରେ ମହିଳାଙ୍କୁ ମିଳିଲା ଉପହାର

ସତ୍ୟପାଠ ବ୍ୟୁରୋ : ଅନ୍ତରୀଣ ବଜେଟରେ ସବୁ ବର୍ଗକୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ମହିଳା ଭୋଟବ୍ୟାଙ୍କକୁ ହାତେଇବାକୁ ମଧ୍ୟ ଭରପୁର ଫୋକସ କରାଯାଇଛି ।

ଉଜ୍ମଳା ଯୋଜନାକୁ କେନ୍ଦ୍ର ସରକାରଙ୍କ ସବୁଠାରୁ ସଫଳ ଓ ଲୋକାଭୀମୁଖି ଯୋଜନା କହିବା ସହ ଏହାର ରୂପରେଖ ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ସବୁ ପରିବାରରେ ରନ୍ଧନ ଗ୍ୟାସ ପହଂଚାଇବା ସରକାରଙ୍କ ଉଦ୍ଦେଶ୍ୟ । ବତ୍ତର୍ମାନ ସୁଦ୍ଧା ଉଜ୍ୱଳା ଯୋଜନାରେ ୬କୋଟି ପରିବାରକୁ ଗ୍ୟାସ ସଂଯୋଗ କରାଯାଇଥିବା ବେଳେ ଆହୁରି ୮କୋଟି ଗ୍ୟାସ କନେକସନ ଦେବାକୁ ଘୋଷଣା କରାଯାଇଛି । ଏହାସହ ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃ ଯୋଜନାର ଘୋଷଣା କରାଯାଇଛି ।

ସଂସଦରେ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଦେଶରେ ଅନେକ ମହିଳା ଅଛନ୍ତି ଯେଉଁମାନେ କୌଣସି ଚାକିରୀ ନକରି ମଧ୍ୟ ବ୍ୟାଙ୍କରେ ଟଙ୍କା ଜମା କରୁଛନ୍ତି ( ଉଦାହରଣ-ଘରଭଡା ଲଗାଇ ରୋଜଗାର କରିବା) । ସେଇଥିରୁ ସେମାନେ ଚଳୁଛନ୍ତି । ତେଣୁ ସେମାନଙ୍କ ପାଇଁ ମଧ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ରହିଛି । ଏପରିକି ବ୍ୟାଙ୍କରୁ ଯେଉଁ ମହିଳା ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେବେ ସେମାନଙ୍କ ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରାଯାଇଛି । ଏହାସହ ଅର୍ଥମନ୍ତ୍ରୀ ପିୟୁଶ ଗୋୟଲ କହିଛନ୍ତି ଏହା ଅନ୍ତରୀଣ ବଜେଟ ନୁହେଁ ବରଂ ଦେଶର ବିକାଶ ଯାତ୍ରାର ମାଧ୍ୟମ ।

Related Posts