(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ଭାରତୀୟ ଜନତା ପାର୍ଟି’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଓ ୭ ଜଣଙ୍କୁ ସହପ୍ରଭାରୀ ଦାୟିତ୍ଵ ଦିଆଯାଇଛି । 

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି ଦାୟିତ୍ଵ ଦେଇଛନ୍ତି । ତେବେ ସହପ୍ରଭାରୀ ଦାୟିତ୍ଵ ଦିଆଯାଇଥିବା ଅନ୍ୟ ନେତାମାନେ ହେଉଛନ୍ତି କେନ୍ଦ୍ର ସୂଚନା  ପ୍ରସାରଣ , ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ ଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। 

ସେହିପରି ରାଜ୍ୟସଭା ସାଂସଦ ସୁଶ୍ରୀ ସରୋଜ ପାଣ୍ଡେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ, ହରିୟାଣା ସରକାରରେ ଥିବା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍‌ ଅଭିମନ୍ୟୁ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ରାଜ୍ୟସଭା ସାଂସଦ ବିବେକ ଠାକୁରଙ୍କୁ ୟୁପି ବିଧାନସଭା ନିର୍ବାଚନ ନିମନ୍ତେ ସହ-ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।