ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବଡ଼ ବଡ଼ ସଂସ୍ଥା ଉପରେ ସାଇବର ହ୍ୟାକରମାନଙ୍କ ନଜର । ଗତ ଦୁଇ ଦିନ ଭିତରେ ତୃତୀୟ ବଡ଼ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିଛନ୍ତି ହ୍ୟାକର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ପରେ ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟ ହ୍ୟାକ କରିଛନ୍ତି ହ୍ୟାକର । ତେବେ ହ୍ୟାକ ହେବାର କିଛି ସମୟ ପରେ ଏହାକୁ ପୁଣି ଥରେ ରିଷ୍ଟୋର କରାଯାଇଛି।

ୟୁଜିସି ଇଣ୍ଡିଆର ଟ୍ୱିଟର ଆକାଉଣ୍ଟକୁ କଣ୍ଟ୍ରୋଲ କରି ଦୁନିଆର ଅନେକ ଅଜଣା ଲୋକଙ୍କୁ ଟ୍ୟାଗ କରାଯିବା ପରେ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଥିଲା। ହ୍ୟାକର ପ୍ରୋଫାଇଲ ଫଟୋରେ କାର୍ଟୁନିଷ୍ଟଙ୍କ ଫଟୋ ବ୍ୟବହାର କରିଥିଲା। @ugc_india ୟୁଜରନେମ ଥିବା ଟ୍ୱିଟର ହ୍ୟାଣ୍ଡଲରେ ପ୍ରାୟ ୨,୯୬,୦୦୦ରୁ ଅଧିକ ଫୋଲଅର୍ସ ଅଛନ୍ତି । ଏହି ଆକାଉଣ୍ଟ ଏହାର ୱେବସାଇଟ୍ ସହ ଜଡିତ ରହିଛି।

ଏହା ପୂର୍ବରୁ ଶନିବାର ପାଣିପାଗ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ ରିଷ୍ଟୋର କରାଯାଇଥିଲା । ୨ ଘଣ୍ଟାରୁ ଅଧିକ ସମୟ ଧରି ହ୍ୟାକର୍ସ ଏହାକୁ ହ୍ୟାକ କରିଥିଲେ। ଏହା ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା। ଆକାଉଣ୍ଟ ହ୍ୟାକ କରାଯିବା ମାମଲାର ତଦନ୍ତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସାଇବର ଟିମ କରୁଛି।

Related Posts