ଉନ୍ନାଓ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଅଦାଲତଙ୍କ ବଡ ନିର୍ଦ୍ଦେଶ

ସତ୍ୟପାଠ ବ୍ୟୁରୋ : ଦିନ ତମାମ କାଶ୍ମୀର ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । କିନ୍ତୁ ତାରି ଭିତରେ ଆଉ ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆଜି ଉନ୍ନାଓ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ଲକ୍ଷେ୍ନøର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି ହସପିଟାଲରେ ଚିକିତ୍ସିତ ହେଉଥିବା ପିଡୀତାଙ୍କ ସ୍ୱାସ୍ଥାବସ୍ଥାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପିଡୀତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପିଡୀତା ଓ ତାଙ୍କ ଓକିଲଙ୍କ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ଜାରୀ ବୁଲେଟିନରେ କୁହାଯାଇଛି ।

ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ନିଲମ୍ବିତ ବିଜେପି ଏମଏଲଏ କୁଲଦୀପ ସିଂ ସେଙ୍ଗେର ଓ ଶଶି ସିଂଙ୍କୁ ତିହାର ଜେଲକୁ ପଠାଇ ଦେଇଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ । ଉଭୟଙ୍କୁ ଅଗଷ୍ଟ ୭ ତାରିଖରେ ଅଦାଲତରେ ହାଜର କରାଯିବ ।

Related Posts