ଉନ୍ନାଓ ଦୁଷ୍କର୍ମ ମାମାଲରେ ଆସିଲା ବଡ ରାୟ: ଦୋଷୀ କୁଳଦୀପ ସେଙ୍ଗରକୁ ଆଜୀବନ ଜେଲ, 25 ଲକ୍ଷ ଜରିମାନା

ତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣି କରି ଦୋଷୀସାବ୍ୟସ୍ତ ସେଙ୍ଗାରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ।

ଆଜି କୋର୍ଟ ଦଣ୍ଡଶୁଣାଣି କରିବା ପରେ ସମଗ୍ର ଦେଶରେ ଆନନ୍ଦ ପ୍ରକାଶ ପାଇଛି । ତେବେ ଦୀର୍ଘ ଦୁଇବର୍ଷ ଧରି ପୀଡ଼ିତା ନ୍ୟାୟ ପାଇଁ ଯେଉଁ ସଂଘର୍ଷ କରିଛନ୍ତି ଏବଂ ସେଙ୍ଗରଙ୍କ ଭଳି ଜଣେ ଟାଣୁଆ ନେତା ବିରୋଧରେ ପୀଡ଼ିତା ଯେଭଳି ଲଢ଼ିଛନ୍ତି ସେଥିପାଇଁ କୋର୍ଟ ପୀଡ଼ିତାଙ୍କୁ ପ୍ରଶଂସା କରିଥିଲେ । ୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା । ସେଙ୍ଗର ସ୍ଥାନୀୟ ଅଂଚଳର ଜଣେ ଟାଣୁଆ ନେତା ହୋଇଥିବାରୁ ପୁଲିସ ଅଭିଯୋଗ ରଖି ନଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ ।

ତେବେ ସେଙ୍ଗରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍ ପଠା ଯାଇଥିଲା । ଶେଷରେ ଉନ୍ନାଓ ପୀଡ଼ିତା ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ଏପ୍ରିଲ ୯ ତାରିଖରେ ଜେଲ୍ ହାଜତରେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା ।

Related Posts